ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି : ଗଜପତିରେ ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ବିଜେଡିର କାର୍ଯ୍ୟକର୍ତ୍ତା ସମ୍ମିଳନୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର ସାଂଗଠନିକ ଦକ୍ଷତା ବୃଦ୍ଧି ପାଇଁ ବ୍ୟାପକ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଗତକାଲି ଠାରୁ ଗଜପତି ଜିଲ୍ଲାର କାଶୀନଗର ଏବଂ ଆଜି ରାୟଗଡା ଓ ନୂଆଗଡ ବ୍ଲକରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜନ କରାଯାଇଛି । କାଶୀନଗର ଠାରେ ଗତକାଲି ବିଜେଡିର ଗଜପତି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ କାଶୀଗର ଏନ୍ଏସି ଓ କାଶୀନଗର ବ୍ଲକର ଖାରଡା ପଞ୍ଚାୟତ ଗସ୍ତ କରିଥିଲେ । ସ୍ଥାନୀୟ ନେତାଙ୍କ ସହ ଆଲୋଚନା ବେଳେ ଦଳର ସ୍ଥିତ ପରଖିବା ସହ ସମ୍ଭାବ୍ୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ ନେତାମାନଙ୍କୁ । ଖାରଡା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀ ହୋଇଥିଲା । ବ୍ଲକ ବିଜେଡି ସଭାପତି ଆର୍.ରାମପ୍ରସାଦ (ଜ୍ୟୋତି)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସମ୍ମିଳନୀରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ, ରାଜ୍ୟ ମାଇନରିଟି ସେଲ୍ ସେକ୍ରେଟାରି ଡ. ପଲ୍ଲବ ଲିମ୍ମା, କାଶୀନଗର ଏନ୍ଏସି ସଭାପତି ରଘୁରାମ ସାହୁ, କାଶୀନଗର ଟାଉନ୍ ଯୁବ ବିଜେଡି ସଭାପତି ରାଜେଶ ମିସାଲ, ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଏମ୍. ସୁଧାରାଣୀ, କାରିମି ଆପାରାଓ, ଡ.ତିରୁପତି ପାଣିଗ୍ରାହୀ, ରୂପେଶ ପାଣିଗ୍ରାହୀ, ମରୁତ ପାଳ, ଖାରଡା ସରପଞ୍ଚ ଲୋକେଶ୍ୱର ତୁରୁଡି, ଏସ୍. ଲୋକନାଧମ୍ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ନିଃସ୍ୱାର୍ଥପର ଭାବେ ଲୋକଙ୍କ ପାଇଁ ଓ ଦଳ ସକାଶେ କାର୍ଯ୍ୟ କରାଯିବା ଉପରେ ଗୁରୁତ୍ୱ ଆରୋପ କରିଥିବା ସହ ଓଡିଶା ସରକାରଙ୍କ ଯୋଜନା ଗୁଡିକ ଯେପରି ତୃଣମୂଳସ୍ତରରେ ଲୋକଙ୍କ ନିକଟରେ ଫଳପ୍ରଦ ଭାବେ ପହଞ୍ôଚ ପାରି ସେ ଦିଗରେ କଠିନ ପରିଶ୍ରମ କରିବାକୁ ସ୍ଥାନୀୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ ଉଭୟ ସାଂସଦ ଓ ପର୍ଯ୍ୟବେକ୍ଷକ । ଠିକ୍ ସେହିପରି ଆଜି ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଓ ନୂଆଗଡ ବ୍ଲକ ଠାରେ ଆଜି କର୍ମୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଗଜପତି ଜିଲ୍ଲାର ପଯ ର୍୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ସାଂସଦ ଚନ୍ଦ୍ରଶେଖର ସାହୁ, ବିଜେଡି ସଭାପତି ପ୍ରଦୀପ ନାୟକ, ଡ.ତିରୁପତି ପାଣିଗ୍ରାହୀ, ବରିଷ୍ଠ ବିଜେଡି ନେତା ବସନ୍ତ ଦାସ, ଅନ୍ତର୍ଯ୍ୟାମୀ ଗମାଙ୍ଗ, ଲକ୍ଷ୍ମୀ କାନ୍ତ ପରିଚ୍ଛା, ବିଜେଡି ଜିଲ୍ଲା ମହିଳା ସଭାନେତ୍ରୀ ପୂର୍ଣ୍ଣବାସୀ ନାୟକ, ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜ, ପାରଳାଖେମୁଣ୍ଡି ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାକୁ ଭିତ୍ତି କରି ଜନସାଧାରଣଙ୍କ ଠାରେ କର୍ମୀମାନେ ପହଞ୍ôଚ ସାଧାରଣଙ୍କ ସମସ୍ୟା ଓ ଉନ୍ନତି କରି ଲୋକଙ୍କ ସେବା କରନ୍ତୁ ବୋଲି ଆହ୍ୱାନ ଦେଇଥିଲେ ।