ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭାରତୀୟ ଜନତା ପାର୍ଟି ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ରହଣିଆ ଓ ବାଲିପୋଖରୀ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରହଣିଆ ପଞ୍ଚାୟତ ସଭାପତି ବିଶ୍ଵନାଥ ତ୍ରିପାଠୀଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଥିବା ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ,ଭଦ୍ରକ ଜିଲ୍ଲା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ବରିଷ୍ଠ ନେତା ନିର୍ମଳ କର,ମଣ୍ଡଳ ସଭାପତି ମୁକୁନ୍ଦ ମଲ୍ଲିକ,ସଧାରଣ ସମ୍ପାଦକ ଅଜୟ ରାଉତ,ପ୍ରଫୁଲ୍ଲ ବେହେରା,ଘନଶ୍ୟାମ ମଲ୍ଲିକ,ଫକୀର ଦାସ,ବୁଦ୍ଧିରାମ ମଲ୍ଲିକ,ମଦନ ସାମଲ,ଅମୁଲ୍ୟ ସେଠି,ଭୀମସେନ ନାୟକ,ସିଦ୍ଧନାଥ ଦାସ,ରାମଚନ୍ଦ୍ର ରାଉତ,ପ୍ରଭାସ ରାଉତ,ଦେବେନ୍ଦ୍ର ବରାଳ,ଶିବାନୀ ଶଙ୍କର ସ୍ୱାଇଁ, ଶଙ୍କର୍ଷଣ ସାମଲ ପ୍ରମୁଖ ଯୋଗଦେଇ ଦଳୀୟ ସଙ୍ଗଠନ ଓ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ବାଲିପୋଖରୀ ପଞ୍ଚାୟତ ବୈଠକରେ ଶ୍ରୀଧର ସ୍ୱାଇଁ ସଭାପତିତ୍ୱ କରିଥିଲେ।ଏଥିରେ ଦଳୀୟ ନେତା ଶ୍ରୀ ଧଳ,ଜିଲ୍ଲା ସମ୍ପାଦିକା ଶ୍ରୀମତୀ ମହାପାତ୍ର, ମଣ୍ଡଳ ସଭାପତି ଶ୍ରୀ ମଲ୍ଲିକ,ବରିଷ୍ଠ ନେତା ଶ୍ରୀ କରଙ୍କ ସମେତ ନର ନାରାୟଣ ପରିଡା,ପ୍ରକାଶ କୁମାର ମହାପାତ୍ର,କୁଶଧ୍ୱଜ ନନ୍ଦ,କୁଳମଣି ସାହୁ,ଚିତ୍ତ ରଞ୍ଜନ ମିଶ୍ର,ହରିହର ପୃଷ୍ଟି ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।