ପଞ୍ଚାୟତ ନିର୍ବାଚନ ହାଲଚାଲ ଚଳଚଞ୍ଚଳ ଭଣ୍ଡାରିପୋଖରୀ ବ୍ଲକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଆସନ୍ତା ଫେବୃଆରୀ ମାସରେ ପଂଚାୟତ ନିର୍ବାଚନ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଏନେଇ ପ୍ରଶାସନ ପ୍ରାଥମିକ ପର୍ଯ୍ୟାୟରେ ଆସନ ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି। ଯାହାକୁ ନେଇ ଏବେ ଗାଁ ଛକ ଠାରୁ ଆରମ୍ଭ କରି ବଜାର ଘାଟ ସବୁଆଡେ ଚର୍ଚ୍ଚା ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକ ଅଧିନ ୨୩ଗୋଟି ପଂଚାୟତ ସହିତ ତିନି ଗୋଟି ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ଆସନର ସଂରକ୍ଷଣ ତାଲିକା ପ୍ରକାଶ ପାଇଥିବାରୁ ଏବେ ଗାଁ ଗାଁ ରେ ବିଚାର ବିମର୍ଷ ଆରମ୍ଭ ହୋଇଯାଇଛି। ପ୍ରକାଶିତ ତାଲିକା ଅନୁସାରେ ଝୁଟୁଣା, ପାଟୁଳି, ବୟାବନାପୁର, ବିଷ୍ଣୁପୁର, ରହଣିଆ ଓ ଷୋଳମପୁର ପଂଚାୟତ ସରପଞ୍ଚ ଆସନଟି ଅଣସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ସାନଶାସନ, ରାମଚନ୍ଦ୍ରପୁର, ମାଳଦା, ବାଲିପୋଖରୀ, ବନ୍ଦାଳୋ-ମଢ଼ିଆଳି ଓ ନେରଡ଼ା ପଂଚାୟତ ସରପଞ୍ଚ ପଦବୀ ସକାଶେ ଅଣ ସଂରକ୍ଷିତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ସେହିଭଳି ପଛୁଆ ବର୍ଗ ମହିଳାଙ୍କ ପାଇଁ କୁରିଗାଁ, ତେସିଙ୍ଗା ଓ ସରସଦା ପଞ୍ଚାୟତ ରହିଥିବା ବେଳେ ପଛୁଆ ବର୍ଗ ପାଇଁ ଜଳମଣ୍ଡୁଆ , ନପଙ୍ଗ ରହିଛି। ଅନୁରୂପ ଭାବେ ଅନୁସୂଚିତ ଜାତି ମହିଳାଙ୍କ ପାଇଁ ଦକ୍ଷିଣବାଡ଼, ନିର୍ଗୁଣ୍ଡି, ରାଜେନ୍ଦ୍ରପୁର, ନାଆମୀ ଓ ରଣଜିତ ପଂଚାୟତ ସରପଞ୍ଚ ପଦବୀ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅନୁସୂଚିତ ଜନଜାତି ପାଇଁ ନଗୁଆଁ ପଂଚାୟତ ରହିଛି। ସମିତି ସଭ୍ୟ/ସଭ୍ୟା ପଦବୀ ସକାଶେ ପଛୁଆ ବର୍ଗ ମହିଳାଙ୍କ ପାଇଁ କୁରିଗାଁ , ତେସିଙ୍ଗା, ନଗୁଆଁ ରହିଥିବା ବେଳେ ପଛୁଆ ବର୍ଗ ପାଇଁ ଜଳମଣ୍ଡୁଆ, ଦକ୍ଷିଣବାଡ଼, ଅନୁସୂଚିତ ଜାତି ମହିଳାଙ୍କ ପାଇଁ ନାଆମୀ, ରଣଜିତ, ସରସଦା ରହିଥିବା ବେଳେ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ପାଟୁଳି ଓ ଅନୁସୂଚିତ ଜାତି ପାଇଁ ମାଳଦା ଓ ରାଜେନ୍ଦ୍ରପୁର ରହିଛି। ସେହିଭଳି ଝୁଟୁଣା, ନିର୍ଗୁଣ୍ଡି, ବନ୍ଦାଳୋ-ମଢ଼ିଆଳି, ବାଲିପୋଖରୀ, ରହଣିଆ, ଷୋଳମପୁର ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ସକାଶେ ଅଣ ସଂରକ୍ଷିତ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ଅଣ ସଂରକ୍ଷିତ ପାଇଁ ନପଙ୍ଗ, ନେରଡ଼ା, ବୟାବନାପୁର, ବିଷ୍ଣୁପୁର, ରାମଚନ୍ଦ୍ରପୁର ଓ ସାନଶାସନ ରହିଛି। ସେହିଭଳି ୨୨ନଂ ଜିଲ୍ଲା ପରିଷଦ ଜୋନଟି ଅନୁସୂଚିତ ଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ୨୩ନଂ ଜୋନଟି ପଛୁଆ ବର୍ଗ ଓ ୨୪ଜୋନଟି ଅଣ ସଂରକ୍ଷିତ ବର୍ଗମହିଳାଙ୍କ ପାଇଁ ରହିଛି। ବ୍ଲକ ଅଧ୍ୟକ୍ଷ ପଦବୀଟି ଅନୁସୂଚିତ ଜାତି ପାଇଁ ରହିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଏସବୁ ସତ୍ତ୍ୱେ ପ୍ରକାଶ ପାଇଥିବା ତାଲିକା ସମ୍ପର୍କରେ ସାତ ଦିନ ମଧ୍ୟରେ ଆପତ୍ତି ଅଭିଯୋଗ କଲେ ପ୍ରଶାସନ ଏହାର ପୁନଃ ବିଚାର କରିବ ବୋଲି ଜଣାପଡିଛି।