ପଞ୍ଚାୟତ ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

ନିମାପଡା  (ସନ୍ତୋଷ ଦାଶ): ରାଜ୍ୟ ସରକାର ସାରା ରାଜ୍ୟରେ ସ୍ୱଚ୍ଛ ଓ ନିର୍ମଳ ଶାସନ କରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଏହାର ଏକ ବ୍ୟତିକ୍ରମ ଦେଖାଦେଇଛି ପୁରୀ ଜିଲ୍ଲା କାକଟପୁର ବ୍ଲକରେ l ଉକ୍ତ ବ୍ଲକ ଅଧିନସ୍ଥ ପାଟସୁନ୍ଦରପୁର, ସୁହାଣପୁର ଓ ଭଣ୍ଡାଘର ପଞ୍ଚାୟତ ଦାୟିତ୍ୱରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରତାପ କୁମାର ସାମଲ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ଦ୍ୱାରା ଗିରଫ ହୋଇଛନ୍ତି l ଏ ସଂକ୍ରାନ୍ତରେ ଭୁବନେଶ୍ୱର ଭିଜିଲାନ୍ସ ପିଏସ କେସ ନମ୍ବର ୨୫/୨0୨୧ ରେ ଏକ ମାମଲା ରୁଜୁ ହୋଇଛି l ଶ୍ରୀ ସାମଲ ଭଣ୍ଡିସାହି ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ଆବାସ ଯୋଜନାରେ ନାମ ଅନ୍ତର୍ଭୁକ୍ତ କରିବା ପାଇଁ ୫ ହଜାର ଟଙ୍କା ଦାବି କରିଥିଲେ l ଉକ୍ତ ବ୍ୟକ୍ତି ଭିଜିଲାନ୍ସ କୁ ଖବର ଦେବାପରେ ନିମାପଡା ଠାରେ ଟଙ୍କା ଡେଣନେଣ ଚାଲିଥିବାବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ଟିମ କାବୁ କରିଥିଲା l ଅଧିକ ପଚରାଉଚରା ପାଇଁ ତାଙ୍କୁ ଭୁବନେଶ୍ୱର ନେଇଛନ୍ତି l ତାଙ୍କ ପିପିଲି ସ୍ଥିତ ପୈତୃକ ବାସଭବନ ଓ କାକଟପୁର ସ୍ଥିତ ଭଡ଼ାଘରେ ରେଡ କରାଯାଇ ଅଧିକ ଖୋଳତାଡ଼ କରାଯିବ ବୋଲି ଭିଜିଲାନ୍ସ ଟିମ ପକ୍ଷରୁ ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ