ପଞ୍ଚାୟତ ପକ୍ଷରୁ କୃତି ମାଟ୍ରିକ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଚିଙ୍ଗୁଡ଼ିପୁର ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଷ୍ଣୁପୁର ପଞ୍ଚାୟତ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟର ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଅନନ୍ୟା ପାତ୍ର, ଦେବସ୍ମିତା ପେଡା ଏବଂ ସନ୍ତୋଷିନୀ ମାଝୀଙ୍କୁ ସରପଞ୍ଚ ଶ୍ରୀ ଅମୂଲ୍ୟ ନାୟକ ପୁରସ୍କାର ରାଶି ସହିତ ପୁଷ୍ପଗୁଚ୍ଛ, ମାନପତ୍ର ତଥା ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହି ଅବସରରେ ପ୍ରଧାନଶିକ୍ଷକ ସୁବଳ ଚନ୍ଦ୍ର ପତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀ ନାୟକଙ୍କ ସମେତ ସମ୍ମାନୀତ ଅତିଥି ଭାବେ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, କବି ଓ ଗାଳ୍ପିକ ଅରୁଣ ଚନ୍ଦ୍ର ଖିଲାର, ସାମାଜିକ କର୍ମୀ ବିଜୟ ଖିଲାର, ଦୀପକ କୁମାର ପାଣିଗ୍ରାହୀ, ସୁବାଷ ମଲ୍ଲିକ, ରଶ୍ମିରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । ବିଦ୍ୟାଳୟ ସଭାପତି ବାସୁଦେବ ଗୋଛାୟତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷାବିତ ଭାସ୍କର ଚନ୍ଦ୍ର ଦାସ ସ୍ୱାଗତଭାଷଣ ଓ ଶିକ୍ଷୟତ୍ରୀ ବିକଶି ସାହୁ ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ସୁନନ୍ଦା ଖିଲାର,ମଧୁସ୍ମିତା ବିଶ୍ୱାଳ, ଶ୍ୱେତାଲିନା ଦାସ, ଦମୟନ୍ତୀ ନାଥ, ମଧୁସ୍ମିତା ନାୟକ, ପ୍ରିୟଦର୍ଶନୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ