ପଞ୍ଚାୟତ ପକ୍ଷରୁ ପୋଖରୀ ନିଲାମ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ସରସଦା ପଞ୍ଚାୟତ ପକ୍ଷରୁ ଆଜି ବିଭିନ୍ନ ଗ୍ରାମ୍ୟ ପୋଖରୀକୁ ନିଲାମ ଦିଆଯାଇଛି । ପଞ୍ଚାୟତର ନିଜସ୍ୱ ରାଜକୋଷକୁ ଭରଣା କରିବା ପାଇଁ ଏହି ନିଲାମ ଡକାଯାଇଥିବା ସୂଚନା ଦିଆଯାଇଛି । ବିଡିଓଙ୍କ ନିର୍ଦ୍ଦେଶକ୍ରମେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନିଲାମ ଡକାଯାଇଥିବାବେଳେ ଏଥିରେ ବିଭିନ୍ନ ଗ୍ରାମର ଲୋକ ଯୋଗଦେଇ ନିଲାମରେ ଭାଗ ନେଇଥିଲେ । ତୁଳସୀପୁର ଗ୍ରାମର ଚାରିଗୋଟି ପୋଖରୀ ସହିତ କୁରିକଣା ଗ୍ରାମର ୨ଗୋଟି ଓ ସରସଦା ଗ୍ରାମର ୧ଗୋଟି ପୋଖରୀକୁ ପ୍ରାୟ ୪୫ହଜାର ଟଙ୍କାରେ ନିଲାମ ଦିଆଯାଇଥିବା ଜଣାପଡିଛି । ସରପଞ୍ଚ ମଣିକାଞ୍ଚନ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନୋଡାଲ ଅଧିକାରୀ ଦିବାକର ସାହୁ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଜିତ କୁମାର ବେହେରା, ରାମଚନ୍ଦ୍ର ସେନାପତି ନିଲାମ କାର୍ଯ୍ୟ ସମ୍ପାଦନ କରିଥିଲେ ।


