ପଞ୍ଚାୟତ ପ୍ରତିନିଧିଙ୍କ ଦୁଇଦିନିଆ ମାଣ୍ଡିଆଚାଷ କର୍ମଶାଳା

ହାଟଡିହି, (ବିକାଶ ବିଶ୍ୱାଳ) :ଅଫିସିଆଲ ଓ ପଞ୍ଚାୟତ ପ୍ରତିନିଧିଙ୍କ ଦୁଇଦିନିଆ ମାଣ୍ଡିଆଚାଷ ତାଲିମ କର୍ମଶାଳା ଛେନାପଦି ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ତଦାଶା ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅନୁଷ୍ଠିତ ଏହି ତାଲିମ ଶିବିରରେ ସହକାରୀ ଜିଲ୍ଲା କୃଷି ଅଧିକାରୀ ରାମଚନ୍ଦ୍ର ଦାଶ, ବ୍ଲକ କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ର ଯୋଗଦେଇ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ମାଣ୍ଡିଆ ଚାଷର ପ୍ରଣାଳୀ ଓ ଉପକାରିତା ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ । ଏଥିରେ ସହକାରୀ ବ୍ଲକ କୃଷି ଅଧିକାରୀ ସୁମିତ କୁମାର ସେଠୀ, ବାଲିବରେଇ, ଧନୁର୍ଜୟପୁର, ଜମ୍ଭୀରା, ସଢ଼ା, ହଦଗଡ ଆଦି ପଞ୍ଚାୟତର ୱାର୍ଡସଭ୍ୟସଭ୍ୟା, ସରପଞ୍ଚ , ଅଙ୍ଗନବାଡି କର୍ମୀମାନେ ଯୋଗଦେଇଥିବାବେଳେ ତଦାଶାର କର୍ମକର୍ତ୍ତା ପଙ୍କଜ କୁମାର ସାହୁ, ଅନିଲ ସାହୁ, ବିଜୟ କୁମାର ରାଉତ, ନିରୋଦ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ