ପଞ୍ଚାୟତ ବିଜେଡି କମିଟି ବୈଠକସଭାପତି ଏବଂ ସାଙ୍ଗଠନିକ ସଭାପତି ଚୟନ

ଛତ୍ରପୁର : ଛତ୍ରପୁର ବ୍ଲକ ଭିକାରିପଲ୍ଲୀ ପଞ୍ଚାୟତର ବିଜେଡି କର୍ମୀମାନଙ୍କୁ ନେଇ ମା’ରାମଚଣ୍ଡୀ ପୀଠରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭିକାରିପଲ୍ଲୀ ପଞ୍ଚାୟତର ୧୫ ଜଣିଆ ପଞ୍ଚାୟତ କମିଟି ଗଠନ ହୋଇଥିଲା । ଏଥିରେ ସଭାପତି ରୂପେ ବିଭୂତି ପ୍ରସାଦ ସୁବୁଦ୍ଧୀ(ବୁଲୁ) ଏବଂ ସାଙ୍ଗଠନିକ ସଭାପତି ଭାବେ ଜଗନ୍ନାଥ ପାତ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭିକାରିପଲ୍ଲୀ ସରପଞ୍ଚ ଧବଳେଶ୍ୱର ପ୍ରଧାନ, ସମିତିସଭ୍ୟ ଭାଗିରଥୀ ପ୍ରଧାନ, ଶ୍ରମିକ ନେତା ଶଙ୍କର ଦାଶ, ବାନାମ୍ବର ପାତ୍ର, ଶଶିଧର ପଣ୍ଡା, କାଳିଚରଣ ମିଶ୍ର, ପ୍ରବାସୀ ବେହେରା, ଅଲେଖ ବେହେରା, ବାବୁଲା ଦାସ, ପ୍ରତାପ ଗୌଡ, ନରସିଂହ ପାତ୍ର, କବିରାଜ ପ୍ରଧାନ, ଶିବରାମ ଗୌଡ, ଜିତେନ୍ଦ୍ର ମିଶ୍ର, ସିମା ପାତ୍ର, ପ୍ରକାଶ ଦାସ, ଗୁରୁନାଥ ପ୍ରଧାନ, ଦଣ୍ଡପାଣି ରାଉଳ, କୈବଲ୍ୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ