ପଞ୍ଚାୟତ ସମିତିରେ ୨ୟ ପର୍ଯ୍ୟାୟ କରୋନା ସଚେତନତା ବୈଠକ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍‌) : ଶୁକ୍ରବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ୨ୟ ପର୍ଯ୍ୟାୟ କରୋନା ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ବିଡିଓ ରେବେକା ବିଲୁଙ୍ଗ, ସହକାରୀ ଯନ୍ତ୍ରୀ ବଳରାମ ମହାନ୍ତି, ଜିଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାଶ, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ଡି.ପି.ଏମ୍‌.ସଂଜୟ କୁମାର ବାରିକ, ଜିପିଓ ନିଶିକାନ୍ତ ଖୁଣ୍ଟିଆ, ଚନ୍ଦ୍ରକାନ୍ତି ରଣା ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ଅଶୋକ କୁମାର ମହାନ୍ତି, ନିହାରିକା ରାଉତ, ବିଜୟ ବିଶ୍ୱାଳ, ଚିନ୍ତାମଣି ଘଡେଇ, ସମିିତି ସଭ୍ୟ ଦୀଲିପ କୁମାର ପୁହାଣ, ଯୋଗାଣ ଅଧିକାରୀ ଅଶୋକ କୁମାର ସାହୁ, ପିଇଓ ନିଶାକର ଖୁଣ୍ଟିଆ, ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସମେତ ୨୫ଟି ପଞ୍ଚାୟତ ଜନପ୍ରତିନିଧି, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ରତ୍ୟେକ ୱାର୍ଡ ସଭ୍ୟ ମାନେ ଅଙ୍ଗନୱାଡି ଓ ଆଶା କର୍ମୀ ମାନଙ୍କୁ ନେଇ ଲୋକ ମାନଙ୍କୁ ସଚେତନ କରାଇବା ପାଇଁ ସରପଞ୍ଚ ମାନେ ପଦକ୍ଷେପ ନେବାକୁ ସାଂସଦ ପ୍ରତିନିଧି ପ୍ରସ୍ତାବ ଦେଇଥିଲେ । ହାତ ଧୋଇବା ପାଇଁ ବ୍ଲକ ପରିସରରେ ୱାସିଂ ବେସିନ୍ ଓ ସାନିଟାଇଜେସନର ବ୍ୟବସ୍ଥା କରାଯାଇଥିବାରୁ ବୈଠକରେ ସ୍ୱାଗତ କରାଯାଇଥିଲା । ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ଓଆରଏସ୍ ଏବଂ ପାରାସିଟାମଲ ପାଖରେ ରଖିବା ସଂପର୍କରେ ସୂଚନା ଦିଆଯାଇଥିଲା । ସେହିଭଳି ହିତାଧିକାରୀ ମାନଙ୍କୁ ୪ ମାସର ଭତ୍ତା ଓ ୩ ମାସର ପିଡିଏସ ସାମଗ୍ରୀ ଯୋଗାଇ ଦିଆଯିବା, ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ସ୍ଥାପନ, ପ୍ରତ୍ୟେକ ଡାକ୍ତରଖାନାରେ ସାନିଟାଇଜେସନ ଓ ଆଇସୋଲେସନ ବ୍ୟବସ୍ଥା କରାଯିବା ସଂପର୍କରେ ସୂଚନା ଦିଆଯାଇଥିଲା । ଯେଉଁ ବ୍ୟକ୍ତି ମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କ ନାମ ପଞ୍ଜୀକରଣ ସହ ଡାକ୍ତରଖାନାକୁ ପଠାଯିବା ପାଇଁ ଜନପ୍ରତିନିଧି ମାନେ ସେମାନଙ୍କୁ ସଚେତନ କରାଇବାକୁ କୁହାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ