ପଞ୍ଚାୟତ ସମିତି ଅଧ୍ୟକ୍ଷ ଙ୍କ ବିଭିନ୍ନ ଗ୍ରାମ ଗସ୍ତ : ସ୍ଥାନୀୟ ଲୋକଙ୍କ ସହ ଆଲୋଚନା

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ବ୍ଲକର ଜନସାଧାରଣ ବିଭିନ୍ନ ସମୟରେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଆଜି ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ମୋହନା ସନ୍ତୋଷି ନଗର ପରିଦର୍ଶନ କରି ଅସୁବିଧାରେ ଥିବା ଲୋକଙ୍କୁ ଭେଟିଥିଲେ । ସନ୍ତୋଷିନଗରରେ ଦୀର୍ଘ ଦିନ ହେଲାଣି ଘୋର ପାନୀୟ ଜଳର ଅସୁବିଧା ଅଭିଯୋଗ ପାଇ ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ପାନୀୟ ଜଳ ବିଭାଗ କନିଷ୍ଟ ଯନ୍ତ୍ରୀ ସାଙ୍ଗରେ ନେଇ ସେହି ଅଞ୍ଚଳ ପରିଦର୍ଶନ କରି ପାନୀୟ ଜଳ ସୁବିଧା କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ । ଏହି ଗସ୍ତ ସମୟରେ ବ୍ଲକ ଅଧକ୍ଷଙ୍କ ସହ ମୋହନା ପଞ୍ଚାୟତ ସମିତି ସଭ୍ୟ ବାଳକୃଷ୍ଣ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ପରିଦର୍ଶନ କରିଥିଲେ । ଏହା ପରେ ବ୍ଲକ ଅଧକ୍ଷ କରଚାବାଡି ପଞ୍ଚାୟତକୁ ଯାଇ କ୍ରିକେଟ ଟୁର୍ଣ୍ଣାମେଂଟକୁ ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନୀ ଉତ୍ସବରେ ସ୍ଥାନିୟ ସମିତି ସଭ୍ୟ ଙ୍କ ସମେତ ସମସ୍ତ ଜନ ପ୍ରତିନିଧି ଏବଂ  ପରିଚାଳନା କମିଟି ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ । ଶେଷରେ ଅଧକ୍ଷ ଶ୍ରୀ ଶବର ମୋହନା ବ୍ଲକର ବଡ଼ଖଣି ପଂଚାୟତର ପାଲକୁଆ ଗ୍ରାମରେ ଥିବା ଗ୍ରାମ ସମସ୍ୟା ଗୁଡିକ ଗ୍ରାମ ବାସୀଙ୍କ ସହ ଆଲୋଚନା କରି ବିଧିବଦ୍ଧ ଭାବେ ସମସ୍ୟା ସମାଧାନ କରିବା ନିମନ୍ତେ ଆଲୋଚନା କରିଥିଲେ । ଏହି ଗ୍ରାମରେ ଲୋକଙ୍କ ପାନୀୟ ଜଳ ଏବଂ କୋଠଘର ନିମନ୍ତେ ଲୋକଙ୍କ ଦାବୀ ଥିବା ଜାଣି ଅଧକ୍ଷ ସେସବୁକୁ ଯଥାଶୀଘ୍ର କରାଯିବ ବୋଲି ଘୋଷଣା କରିଥିଲେ । ବ୍ଲକ ଅଧକ୍ଷ ଙ୍କ ସହ ଜିଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକଙ୍କ ସମେତ ସ୍ଥାନୀୟ ପ୍ରତିନିଧି ପ୍ରମୁଖ ଗସ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ