ପଞ୍ଚାୟତ ସମିତି ବୈଠକରେ ବ୍ଲକ ପ୍ରଶାସନର ସାମ୍ବାଦିକମାନଙ୍କୁ ଅଣଦେଖା
ବେତନଟୀ,(ଉଦିତ କୁମାର ପରିଡା):ବେତନଟୀ ପଞ୍ଚାୟତ ସମିତି ବୈଠକରେ ବ୍ଲକ ପ୍ରଶାସନ ସାମ୍ବାଦିକ ମାନଙ୍କୁ ବୈଠକ ସମ୍ପର୍କିତ ସୂଚନା ଦେବାରେ ଅଣଦେଖା କରିଥିବାରୁ ସାମ୍ବାଦିକମାନେ ସଠିକ ସମୟରେ ବୈଠକରେ ଉପସ୍ଥିତ ହୋଇପାରୁନାହାନ୍ତି। ଫଳରେ ସେମାନଙ୍କର ଖବର ଲେଖିବା ପାଇଁ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସଠିକ ନିରପେକ୍ଷ ଖବର ଲେଖିବା ପାଇଁ ସାମ୍ବାଦିକମାନଙ୍କର ଉପସ୍ଥିତି ଏକାନ୍ତ ଜରୁରୀ ଥିବାବେଳେ ଏଭଳି ଅଣଦେଖା କରିବାର କାରଣ ବୁଝାପଡୁନାହିଁ । ଅଭିଯୋଗ ଅନୁସାରେ ସୋମବାର ଦିନ ବେତନଟୀ ପଞ୍ଚାୟତ ସମିତିସ୍ତରୀୟ ବିକଶିତ ଗାଁ ବିକଶିତ ଓଡିଶା ପ୍ରକଳ୍ପ ଅନୁମୋଦନ କାର୍ଯ୍ୟକ୍ରମ ବେତନଟୀ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବଡ଼ସାହି ବିଧାୟକ ସନାତନ ବିଜୁଳି, ଓ ବ୍ଲକ ବିଡିଓ ସମେତ ସମସ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ। ବେତନଟୀ ବିଡ଼ିଓ ଗତ ଫେବୃଆରୀ ୭ ତାରିଖରେ ପତ୍ର ସଂଖ୍ୟା ୩୭୬ରେ ଚିଠି କରିଥିବା ବେଳେ ଏହାର ଏକକିତ ନକଲ ସ୍ଥାନୀୟ ସାଂସଦ ବିଧାୟକ ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ପଞ୍ଚାୟତ ସମିତିର ସଭ୍ୟ ସଭ୍ୟା ଓ ସରପଞ୍ଚମାନଙ୍କୁ ଉପସ୍ଥିତ ହେବା ପାଇଁ ଉଲ୍ଲେଖ କରାଯାଇଥିଲା। ଏହାର ଏକକିତ ନକଲ ବେତନଟୀ ବ୍ଲକ ଅଧୀନରେ ଥିବା ସମସ୍ତ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଓ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀମାନଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ମାତ୍ର ଏହି ଚିଠି ୧୬ଦିନ ପୂର୍ବରୁ ହୋଇଥିବା ବେଳେ ସଭାକାର୍ଯ୍ୟ ଆରମ୍ବର ୧୫ମିନିଟ ପୂର୍ବରୁ ବେତନଟୀ ବ୍ଲକ ସହକାରୀ ଯନ୍ତ୍ରୀ ସୌମ୍ୟଶ୍ରୀ ଭୋଇ ବେତନଟୀ ବ୍ଲକ ମିଡ଼ିଆ ୱାଟ୍ସଆପ ଗ୍ରୁପରେ ପକାଯାଇଥିଲା। ଫଳରେ ସାମ୍ବାଦିକମାନେ ବୈଠକରେ ସଠିକ ସମୟରେ ଉପସ୍ଥିତ ହୋଇପାରିନଥିଲେ। ପୂର୍ବରୁ ମଧ୍ୟ ଏହିପରି ବ୍ଲକ ପ୍ରଶାସନ ଙ୍କ ପକ୍ଷରୁ ବୈଠକ ସମ୍ପର୍କିତ ସୂଚନା ସମସ୍ତ ସାମ୍ବାଦିକଙ୍କୁ ଠିକ ସମୟରେ ସୂଚନା ମିଳୁନଥିବାରୁ ଏହା ୱାଟ୍ସଆପ ଗ୍ରୁପରେ ଜଣେଇବା ପାଇଁ ଜଣାଯାଇଥିଲା। ବ୍ଲକ ପ୍ରଶାସନ ଅନୁରୋଧ କ୍ରମେ ସମସ୍ତ ସାମ୍ବାଦିକଙ୍କୁ ଫୋନ କରି ଜଣେଇବାରେ ଅସୁବିଧା ପରିଲିକ୍ଷିତ କରିବାରୁ ସାମ୍ବାଦିକଙ୍କ ପକ୍ଷରୁ ଗ୍ରୁପରେ ଏହି ସୂଚନା ଦେବାପାଇଁ ଅନୁରୋଧ କରାଯାଇଥିଲା। ମାତ୍ର ୧୬ଦିନ ପୂର୍ବରୁ ଚିଠି ହୋଇଥିବା ବେଳେ ଏତେ ମିଟିଂ ଦିନ ମାତ୍ର ୧୫ମିନିଟ ପୂର୍ବରୁ ମିଡ଼ିଆ ମାନଙ୍କୁ ସୂଚନା ଦେବାର ଅର୍ଥ ସେମାନେ ମିଟିଂକୁ ନଆସିବା ପାଇଁ ଏକ ବିକଳ୍ପ ଉଦ୍ୟମ ହୋଇଛି ବୋଲି ବୁଝା ପଡୁଛି। ଏସମ୍ପର୍କରେ ବେତନଟୀ ବିଡ଼ିଓ ସୁଶାନ୍ତ କୁମାର ସୁତାର କହିଥିଲେ ଯେ ଆମେ ଯାହାକୁ ସୂଚନା ଦେବା ପାଇଁ ଦାୟିତ୍ୱ ଦେଇଥିଲୁ ସେ ଠିକ ସମୟରେ କରିନାହାନ୍ତି, ପରବର୍ତ୍ତୀ ମିଟିଂରେ ଆଉ ସେଭଳି ଭୁଲ ହେବ ନାହିଁ।