ପଞ୍ଚାୟତ ସମିତି ବୈଠକ: ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଧାୟକଙ୍କ ପରାମର୍ଶ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ କର୍ତ୍ତବ୍ୟନିଷ୍ଠ ଭାବେ କାର୍ଯ୍ୟ କରିବାକୁ ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଶୁକ୍ରବାର ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପଞ୍ଚାୟତ ସମିତିର ୩ୟ ସାଧାରଣ ବୈଠକରେ ଯୋଗ ଦେଇ ଉପସ୍ଥିତ ସମସ୍ତ ଜନପ୍ରତିନିଧି, ଅଧିକାରୀ ଓ କର୍ମଚାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଂସଦ ପ୍ରତିନିଧି ମୁକ୍ତିକାନ୍ତ ମଣ୍ଡଳ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, ବିଡିଓ ଶୁଭଦର୍ଶନ ମିଶ୍ର, ଅତିରିକ୍ତ ବିଡିଓ ନିଶିକାନ୍ତ ଖୁଣ୍ଟିଆ, ସହକାରୀ ଯନ୍ତ୍ରୀ ଜୟଦେବ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧାସୁମନ ନାଥ, ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡାକ୍ତର ବିଳାସିନୀ ବେହେରା, ସିଡିପିଓ ରେଣୁବାଳା ଦାଶ, ଜିପିଇଓ ଜମାଦାର ମୁଣ୍ଡା, ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା, ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ଜେନା, ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଭବାନୀ ଶଙ୍କର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ, ବିଦ୍ୟୁତ୍‌, ପାନୀୟଜଳ, ରାସନ୍ କାର୍ଡ, ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ସଂପର୍କରେ ସମିତି ସଭ୍ୟ ପରମେଶ୍ୱର ବାରିକ, ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ନାୟକଙ୍କ ସମେତ ଅନ୍ୟ ଜନପ୍ରତିନିଧି ମାନେ ଆଲୋଚନା କରିଥିଲେ । । ସେହିପରି ଗୋପିନାଥପୁର ପଞ୍ଚାୟତର ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ ଗୃହ ନିର୍ମାଣ ବିଳମ୍ବ ହେବା, ତୁଳିପଡା ଠାରୁ ମାର୍କଣ୍ଡପୁର ଏବଂ ସାନ ସାହୁପଡା ଗ୍ରାମ୍ୟ ରାସ୍ତା ମରାମତି କରିବା, ଆବାସ ଯୋଜନାରେ ଚଞ୍ଚକତା କରାଯିବା, ଥିଲାବାଲାଙ୍କୁ ପିଡିଏସ୍ ସାମଗ୍ରୀ ପ୍ରଦାନ କରିବା, ବଡସନ୍ଦାଡୋ, ପାହାଡପୁର, ଗୋପିନାଥପୁର ବିଦ୍ୟାଳୟରେ ଶିକ୍ଷକ ଅଭାବ, ପ୍ରାଣୀଧନ ସହାୟକ କେନ୍ଦ୍ରରେ ସ୍ଥାୟୀ ପ୍ରାଣୀଧନ ନିରୀକ୍ଷକ ନିଯୁକ୍ତି ଆଦି ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ବୈଠକରେ ୨୫ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ