ପଞ୍ଚାୟତ ସମିତି ସାଧାରଣ ବୈଠକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ସଂଯୋଜନାରେ ବ୍ଳକ କାର୍ଯ୍ୟାଳୟ ସଭାକକ୍ଷ ପ୍ରକୋଷ୍ଠରେ ଆୟୋଜିତ ବୈଠକରେ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡିଆଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସୁରେନ୍ଦ୍ର ନାଥ ପ୍ରଧାନ,ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ ଓ ତହସିଲଦାର ପ୍ରଭାତ କୁମାର ପରିଡା ପ୍ରମୁଖ ମଞ୍ଚସିନ ଥିଲେ। ଭାରପ୍ରାପ୍ତ ଜିଇପିଓ ରାମଚନ୍ଦ୍ର ରଥ ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ ଉପରେ ସୂଚନା ପ୍ରଦାନ କରିଥିଲେ। ପରେ ପାନୀୟ ଜଳ ଓ ପରିମଳ,କୃଷି ଓ ଆନୁସଙ୍ଗିକ କୃଷି,ଶିକ୍ଷା, ସ୍ୱାସ୍ଥ୍ୟ, ସାଧାରଣ ବଣ୍ଟନ ବ୍ୟବସ୍ଥା, ସାମାଜିକ ସୁରକ୍ଷା,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ସମନ୍ବିତ ଶିଶୁ ବିକାଶ ଯୋଜନା, ଗ୍ରାମୀଣ ଆବାସ ଯୋଜନାରେ ଓ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ଜାତୀୟ ପଞ୍ଚାୟତ ପୁରସ୍କାର- ୨୦୨୧-୨୨ ପ୍ରସଙ୍ଗରେ ବିଭାଗୀୟ ଅଧିକାରୀ ମାନେ ବକ୍ତବ୍ୟ ରଖିଥିଲେ। ପଞ୍ଚାୟତ ଗୁଡିକରେ ସମ୍ପାଦିତ ହୋଇଥିବା ଉନ୍ନୟନ ପ୍ରକଳ୍ପର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଯତ୍ନବାନ ହେବା ସହ ନିର୍ମାଣାଧୀନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ବୈଠକର ଆଲୋଚିତ ହୋଇଥିଲା। ପଞ୍ଚାୟତବାସୀଙ୍କ ମୌଳିକ ଆବଶ୍ୟକତା ପୂରଣ ଦିଗରେ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କ ମଧ୍ୟରେ ସହଯୋଗ ଓ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଏଳା ସୁଦର୍ଶନ,ବାଇ ଗୀତାଞ୍ଜଳି,ପ୍ରୀତି ସାହୁ,ଏବିଡ଼ିଓ ଅରୁଣ କୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ଇଂ ହେମନ୍ତ କୁମାର ମିଶ୍ର,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,ବାସୁଦେବ ଶତପଥୀ,ବିଘ୍ନରାଜ ସେଠୀ, ଉପଖଣ୍ଡ ଚିକିତ୍ସାଳୟ ଭାରପ୍ରାପ୍ତ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ର, ବେଲଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ନିବେଦିତା ସାହୁ,ବିପିଏମ ଶଶାଙ୍କ ପଣ୍ଡା,ସିଡିପିଓ ଗାଙ୍ଗୀ ସୁବୁଦ୍ଧି,ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ କିଶୋର ଚନ୍ଦ୍ର ବେହେରା,ସହକାରୀ ଯନ୍ତ୍ରୀ ଇଂ ରବୀନ୍ଦ୍ର କୁମାର ନାୟକ, କନିଷ୍ଠ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ଦଳାଇ,ପୂର୍ତ୍ତ ସହକାରୀ ଯନ୍ତ୍ରୀ ଇଂ ଉମା ଚରଣ ପାଢ଼ୀ,ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଜଗନ୍ନାଥ ଦାଶ, ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଉଦୟ ନାଥ ଖଟୁଆ, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ,ସାମାଜିକ ସୁରକ୍ଷା ଅଧିକାରୀ ଶୁଭଶ୍ରୀ ବେହେରା,ସୁଶାନ୍ତ କୁମାର ମଲ୍ଲିକ,ବିଦ୍ୟୁତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, କ୍ଷୁଦ୍ର ଜଳ ସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ବିନ୍ଦୁ ସାଗର ପଣ୍ଡା, ସିପି ଦଣ୍ଡପାଣି ଦାଶଙ୍କ ସମେତ ଵହୁ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ/ସଭ୍ୟା ଓ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ