ପଞ୍ଚାୟତ ସ୍ତରରୁ ସୌମ୍ୟଙ୍କ ସଂଗଠନ ଆରମ୍ଭ ପଞ୍ଚାୟତ କମିଟି ଗଠିତ

ଭାପୁର (ଯୁଗାଦ୍ଧ ନ୍ୟୁଜ)ଖଣ୍ଡପଡ଼ା ବିଧାନସଭା ଆସନ ପାଇଁ ସୌମ୍ୟ ରଞ୍ଜନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ହେବାପରେ ତୃଣମୂଳ ସ୍ତରରୁ ବିଜେଡି ସଂଗଠନକୁ ସୁଦୃଢ଼ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ବିଧାୟକ ଥିବା ଅନୁଭବ ପଟ୍ଟନାୟକ ଏବଂ ଭାପୁର ବ୍ଲକ୍ ଉପାଧ୍ୟକ୍ଷ ଗୟାଧର ପରିଡ଼ାଙ୍କ ସଂଗଠନ ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ବଚାନ ବୈତରଣୀ ପାର୍ ହେବାକୁ ଉଦ୍ୟମ ଜାରି ରଖିବାସହ ପ୍ରତି ପଞ୍ଚାୟତରେ ନିର୍ବାଚନ ପରିଚାଳନା ପାଇଁ କର୍ମୀଙ୍କୁ ସଂଗଠିତ କରାଯାଇଛି । ଭାପୁର ବ୍ଲକ୍ର ୨୦ ପଞ୍ଚାୟତରେ ଏହି କମିଟି ଗଠନ ସମ୍ପୂର୍ଣ୍ଣ ହୋଇଥିବା ଜଣାପଡ଼ିଛି । ଗତ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୧୧ଟି ଏବଂ ବୁଧବାର ୯ ପଞ୍ଚାୟତରେ ଏହି କମିଟି ଗଠିତ ହୋଇଛି । ଦଳ ମୁଖପାତ୍ର ଜିତେନ୍ଦ୍ର କୁମାର ରଣସିଂ ଏବଂ ମଧୁ ରଥଙ୍କ ତତ୍ତ୍ୱାବଧାନରେ ବୁଥ୍ସ୍ତରରେ କମିଠି ଗଠନ ସହ ଚଳିତ ନିର୍ବାଚନକୁ ସୁଚାରରୂପେ ପରିଚାଳନା କରି ସଂଗଠନକୁ ମଜଭୁତ କରିବାରେ ଏହି କମିଟି କାର୍ଯ୍ୟ କରିବ ବୋଲି ସଂଗଠକ ମାଲୁ ରାଉତ ସୂଚନା ପ୍ରଦାନ କରିଛନ୍ତି । ଭିନ୍ନ ଭିନ୍ନ ସଂଗଠନକୁ ଏକାଠି କରି ସୌମ୍ୟରଞ୍ଜନ ବିଜେଡିକୁ ସୁସଂଗଠିତ କରିବାକୁ ପ୍ରୟାସ ଜାରି ରଖିଥିବାବେଳେ ବିଧାୟକ ଅନୁଭବ ପଟ୍ଟନାୟକ ତାଙ୍କ କର୍ମୀଙ୍କ ସହ ସୌମ୍ୟଙ୍କୁ ସମର୍ଥନର ହାତ ବଢ଼ାଇଛନ୍ତି । ବୁଧବାର ଅନୁଭବ ଓ ସୌମ୍ୟଙ୍କ କର୍ମୀ ଏବଂ ସଂଗଠକ ଏକାଠି ହୋଇ ସଂଗଠନକୁ ମଜବୁତ କରିବାଲାଗି ଆଲୋଚନା କରିଥିଲେ । ଗତ ଦୁଇଟି ନିର୍ବାଚନରେ ସୌମ୍ୟରଞ୍ଜନ ଖଣ୍ଡପଡ଼ାରୁ ଅଳ୍ପ ଭୋଟ୍ରେ ପରାସ୍ତ ହୋଇଥିଲେ ହେଁ ତାଙ୍କର ସ୍ୱତନ୍ତ୍ର କର୍ମୀ ଏବଂ ସଂଗଠକ ମହଲରେ ଉତ୍ସାହ ଦେଖାଦେଇଛି । ତେବେ ଭିନ୍ନ ସଂଗଠନର ସମୀକରଣ ଖଣ୍ଡପଡ଼ାରେକେତେ ଫଳପ୍ରଦ ହେଉଛି ତାହା ଆସନ୍ତା ୨୩ ନିର୍ବାଚନର ଫଳାଫଳ କହିବ ବୋଲି ସାଧାରଣରେ ଆଲୋଚନା ହେଉଛି ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ