ପଞ୍ଚାୟତ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ପଞ୍ଚାୟତ ଠାରେ ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅନ୍ତର୍ଗତ ପଞ୍ଚାୟତ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ସରପଞ୍ଚ କୈଳାସ ଜେନା ଉଦଘାଟନ କରିଥିଲେ । ଦକ୍ଷତା ବିକାଶ ଜିଲ୍ଲା ସଂଯୋଜକ ସୁନିଲ ନାୟକ ଯୋଗଦେଇ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ସମ୍ପର୍କିୟ ବିଭିନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୭ଟି ବିଭାଗର ପ୍ରୋଗ୍ରାମ ଏମ୍ଲିମେଣ୍ଟ ଏଜେନ୍ସି ଯୋଗଦେଇ ଯୁବକ ଯୁବତୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ । ବ୍ଲକର ସାନଶାସନ, ରାଜେନ୍ଦ୍ରପୁର, ନାଆମୀ, ବନ୍ଦାଳୋ-ମଢିଆଳୀ ଓ ଝୁଟୁଣା ପଞ୍ଚାୟତର ପ୍ରାୟ ୧୬୨ଜଣ ଯୁବକଯୁବତୀ ପରାମର୍ଶ ଶିବିରରେ ଯୋଗଦେଇ ବିଭିନ୍ନ ପରାମର୍ଶ ନେଇଥିଲେ । ଏଥିମଧ୍ୟରୁ ୧୨୧ଜଣ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ସକାଶେ ନାମ ପଞ୍ଜିକରଣ କରାଯାଇଥିଲା । ବିଏଲସି କାଞ୍ଚନବାଳା ମଲ୍ଲିକ, ସୀମାରାଣୀ ପଣ୍ଡା, ଏସଡିସି ସ୍ମିତା ପାଣିଗ୍ରାହୀଙ୍କ ସମେତ ପାଞ୍ଚ ଗୋଟି ପଞ୍ଚାୟତର ଏମିବିକେ ଓ ସିଆରପି ସଦସ୍ୟା ମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ