ପଞ୍ଚାୟତ ସ୍ତରୀୟ ବିଶ୍ୱ ଜଳ ଦିବସ ପାଳିତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଜିଲ୍ଲା ଜଳ ଓ ପରିମଳ ମିଶନ,ଗଞ୍ଜାମ ଆନୁକୂଲ୍ୟରେ ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପକ୍ଷରୁ ସୋମବାର ପଞ୍ଚାୟତ ସ୍ତରୀୟ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି।ହିଞ୍ଜିଳିବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଓ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ କିଶୋର ଚନ୍ଦ୍ର ବେହେରାଙ୍କ ତତ୍ତ୍ୱାବଧାନରେ ୨୧ ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପ୍ରତିଟି ପଞ୍ଚାୟତରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ଗ୍ରାମବାସୀ ବିଶ୍ୱ ଜଳ ଦିବସ ପାଳନ ଅବସରରେ ଗ୍ରାମ ପରିକ୍ରମା କରି ଜନ ସଚେତନତା ସୃଷ୍ଟି କରିଥିଲେ।ସମ୍ପ୍ରତି ବିଶ୍ୱରେ ଜଳବାୟୁରେ ପରିବର୍ତ୍ତନ ଓ ବର୍ଦ୍ଧିତ ତାପାୟନ ନେଇ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିବା ସହ ଜଳସ୍ତରରେ ଏହାର ପ୍ରଭାବ ପରିଲକ୍ଷିତ ହେଉଥିବା ଆଶଙ୍କା ପ୍ରକଟ କରିଛନ୍ତି।ଏଣୁ ଜଳର ଅଭାବ ଦେଖାଦେଇଥିବାରୁ ଭବିଷ୍ୟତରେ ଏହାର ପ୍ରତିକୂଳ ପ୍ରଭାବ ସମଗ୍ର ବିଶ୍ୱକୁ ପ୍ରଭାବିତ କରିବାର ଆଶଙ୍କା ପ୍ରକାଶ ପାଇଛି।ଏହି ପରିପ୍ରେକ୍ଷୀରେ ଜଳ ସଂରକ୍ଷଣ, ଆବଶ୍ୟକ ଅନୁସାରେ ଜଳର ବ୍ୟବହାର ଓ ଜଳର ସୁଷମ ବଣ୍ଟନ ଓ ଅପଚୟ ରୋକିବା ଦିଗରେ ସମସ୍ତଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ ବୋଲି ନିର୍ବାହୀ ଅଧିକାରୀ ମାନେ ଆହ୍ୱାନ ଦେଇ ଶପଥ ପାଠ କରାଇ ଥିଲେ।ପରେ ଗ୍ରାମ୍ୟ ପୋଖରୀ ସଫେଇରେ ଅଂଶ ଗ୍ରହଣ କରିଥିଲେ।ଏହି କାର୍ଯ୍ୟକ୍ରମରେ କନିଷ୍ଠ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ଦଳାଇ, ଇଂ ରବୀନ୍ଦ୍ର ନାଥ ନାୟକ,ସୁଶାନ୍ତ କୁମାର ପାତ୍ର, ରାଜେନ୍ଦ୍ର କୁମାର ପଟ୍ଟନାୟକ, ବିଜୟ କୁମାର ସେଠୀ,ଶିବରାମ ରଣା, ବୈଷ୍ଣବ ମଣ୍ଡଳ,ଏସ ରାଜେଶ,ଇ ଶଙ୍କର ରାଓ,ବାସୁଦେବ ବେହେରା,ପ୍ରତାପ କୁମାର ସାହୁ,ଅଶ୍ୱିନୀ କୁମାର ସାହୁ,ନବୀନ କୁମାର ମହାରଣା,ପୂର୍ଣ୍ଣ ଚନ୍ଦ୍ର ସାହୁ ପ୍ରମୁଖଙ୍କ ସମେତ ଅଙ୍ଗନବାଡି ଓ ଗ୍ରାମବାସୀ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ