ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ପୁର୍ନଗଠନ: କର୍ତ୍ତକର୍ତ୍ତା ଚୟନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ସ୍ତରୀୟ ମା’ ବିରଜାଇ ମହିଳା ମହାସଂଘ ପୁର୍ନଗଠନ କରାଯାଇ କର୍ମକର୍ତ୍ତା ଚୟନ କରାଯାଇଛି । ସଭାନେତ୍ରୀ ଭାବେ ପଦ୍ମିନୀ ସାମଲ, ସଂପାଦିକା ଭାବେ ଅନୁସୟା ମହାନ୍ତି, କୋଷାଧ୍ୟକ୍ଷା ଭାବେ ତପସ୍ୱିନୀ ଧଳ, ଉପ ସଭାନେତ୍ରୀ ଭାବେ ଲକ୍ଷ୍ମୀପ୍ରିୟା ନାୟକ, ଯୁଗ୍ମ ସଂପାଦିକା ଭାବେ ଛବିଲତା ଦଳେଇ ମନୋନୀତ ହୋଇଛନ୍ତି । ଆୟୋଜିତ ବୈଠକରେ ସରପଞ୍ଚ ପ୍ରଶାନ୍ତ ଦାସ, ଓଡିଶା ଜୀବିକା ମିଶନର ଏସ୍‌.ଡି.ସି ସ୍ମିତା ପାଣିଗ୍ରାହୀ, ବି.ପି.ଏମ୍ ଦୁର୍ଗା ପ୍ରସାଦ ଦାସ, ଏମ.ବି.କେ ରଶ୍ମିତା ପଣ୍ଡାଙ୍କ ସମେତ ସମସ୍ତ ସି.ଆର.ପି, ସି.ଏମ୍ ଓ ଇ.ସି ସଦସ୍ୟା ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ