ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଜରିଆରେ ରାଜ୍ୟସରକାର ଙ୍କ ଜନକଲ୍ୟାଣକାରୀ ଯୋଜନାର ପ୍ରଚାର
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ର ସବୁଠାରୁ ଦୁର୍ଗମ ପଞ୍ଚାୟତ ଦୁଧିଆଣୀ ପଞ୍ଚାୟତ ହାଟ ପଡିଆ ଠାରେ ଆମ ଓଡ଼ିଶା ଓ ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କରଞ୍ଜିଆ ବ୍ଲକ୍ ଅଞ୍ଚଳର ଓ ଦୁଧିଆଣୀ ପଞ୍ଚାୟତ ର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମକୁ ନେଇ ଏଲ୍ଇଡି ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବ୍ଲକ ଅଧକ୍ଷା ତଥା ଦୁଧିଆଣୀ ପଞ୍ଚାୟତ ର ସମିତି ସଭ୍ୟା ସୁଭଦ୍ରା ମାରାଣ୍ଡି ସମ୍ମାନିତ ଅତିଥିଭାବେ ଉପାଧ୍ୟକ୍ଷ ଛତିଶ ନାଏକ,ବିଡ଼ିଓ ସୁଶାନ୍ତ କୁମାର ସୁତାର, ସରପଞ୍ଚ ନିଟିମା ସୟ, ଧବଳେଶ୍ୱର ନାଏକ,ବ୍ଲକ ସହକାରୀ ଯନ୍ତ୍ରୀ ଇମିତିଆଜ ଅଲ୍ଲୀ,କେରକେରା ସମିତି ସଭ୍ୟ ଜୁଆଲ ମୁଣ୍ଡା,ବଳା ସରପଞ୍ଚ ସ୍ମିତା ନାଏକ,କୁଳିପୋଷି ସରପଞ୍ଚ ସୁକୁମତୀ ସର୍ଦାର, ସୌଦାମିନୀ ନାଏକ ଗୁରୁଚନ୍ଦ୍ର ନାଏକ, ବୀରେନ୍ଦ୍ର ନାଏକ ଙ୍କ ସହିତ ବ୍ଲକର ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ବ୍ଲକର ସବୁଠାରୁ ଦୁର୍ଗମ ପଞ୍ଚାୟତ କୁ ବ୍ଲକ ଅଧକ୍ଷା ଙ୍କ ନେତୃତ୍ୱ ଓ ସ୍ଥାନୀୟ ବିଧାୟିକା ତଥା ରାଜ୍ୟ ମହିଳା ଓ ଶିଶୁଵିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଙ୍କ ପ୍ରଚେଷ୍ଟା ରେ ପଞ୍ଚାୟତ ରେ ଘରକୁ ଘର ପାନୀୟ ଜଳ ଯୋଗାଣ, ମୋବାଇଲ ଟାୱାର ପ୍ରତିଷ୍ଠା, ପଞ୍ଚାୟତ ରୁ ଲକ୍ଷ୍ମୀ ବସ ସୁବିଧା,ଖୁବ ଶୀଘ୍ର ପଞ୍ଚାୟତ ରେ ଏକ ହାଇସ୍କୁଲ ଖୋଲିବା ଓ ପଞ୍ଚାୟତ କୁ ପିଚୁ ସଡ଼କ ରେ ସଂଯୋଗ କୁ ମଧ୍ୟ ଘୋଷଣା କରିଥିଲେ ଅଧକ୍ଷା ଶ୍ରୀମତୀ ମାରାଣ୍ଡି ଓ ବିଡ଼ିଓ ଶ୍ରୀଯୁକ୍ତ ସୁତାର ସର୍ବପ୍ରଥମେ ଅତିଥିଙ୍କ ଦ୍ୱାରା ଜଗନ୍ନାଥ ଙ୍କ ଫୋଟଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ବଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ ପାଲା ମାଧ୍ୟମରେ ମନୋରଞ୍ଜନ ସହ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମର ପ୍ରଚାର ହୋଇଥିଲା। ବିଭିନ୍ନ ଆଞ୍ଚଳିକ ନୃତ୍ୟ ସହ ଭଜନ ଓ ଆଧୁନିକ ଗୀତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ରାଜ୍ୟସ୍ତର ରେ ପୁରସ୍କୃତ ହୋଇଥିବାରୁ ବ୍ଲକ ଅଧକ୍ଷା ଓ ବିଡ଼ିଓ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ରୋଜଗାର ସେବକ,ଏମମ୍ବିକେ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ୧ ହଜାରରୁ ଉର୍ଦୁ ଏମମ୍ବିକେ, ସିଆରପି, ଏସ୍ଏଚଜି ଗ୍ରୁପ ମହିଳା ଓ ସହ ସାଧାରଣ ଲୋକେ ସାମିଲ ହୋଇଥିଲେ