ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟରେ ତ୍ରିଦିବସୀୟ ସଙ୍କୁଳ ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ
କନ୍ଧମାଳ, ( ସଞ୍ଜୟ କୁମାର ପାଣିଗ୍ରାହୀ ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍ଥିତ ପଞ୍ଚାୟତ ସ୍ନାତକ ମହାବିଦ୍ୟାଳୟରେ ତ୍ରିଦିବସୀୟ ସଙ୍କୁଳ ସ୍ତରୀୟ ଯୁବ ରେଡକ୍ରସ୍ ଶିକ୍ଷା ଓ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଏଥିରେ ଫିରିଙ୍ଗିଆ ପଞ୍ଚାୟତ ଡ଼ିଗ୍ରୀ ମହାବିଦ୍ୟାଳୟ , ଫିରିଙ୍ଗିଆ ପଞ୍ଚାୟତ ଜୁନିଅର କଲେଜ, ଡ଼ିଗ୍ରୀ କଲେଜ ଲାଇନପଡ଼ା, ଆଞ୍ଚଳିକ କନିଷ୍ଠ କଲେଜ୍ ଶଙ୍କରାଖୋଲ, ସ୍ନାତକ ମହାବିଦ୍ୟାଳୟ ସାରଙ୍ଗଡ଼ ର ପ୍ରାୟ ୨୫ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଜର ଦକ୍ଷତା ର ବିକାଶ କରାଇଥିଲେ । କୁଇଜ୍, ବକୃତା ,ପ୍ରବନ୍ଧ, ଚିତ୍ରାଙ୍କନ, ଓ କଣ୍ଠ ସଙ୍ଗୀତ ଏହିପରି ପାଞ୍ଚଟି ପ୍ରତିଯୋଗିତା ଆୟୋଜନ କରାଯାଇ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରା ଯାଇଥିଲା । ଶ୍ରେଷ୍ଠ ସ୍ବେଛାସେବୀ ଚୟନ କରାଯାଇ ତାଙ୍କୁ ସମ୍ମାନିତ କରାଯାଇଥିଲା । ଫରେଷ୍ଟର ରବୀନ୍ଦ୍ର ପାତ୍ର ଅତିଥି ରୂପେ ଯୋଗଦେଇ ଜଙ୍ଗଲ ସମ୍ପଦ ସୁରକ୍ଷା ,ବୃକ୍ଷ ରୋପଣ ସମ୍ପର୍କରେ ମାର୍ଗ ଦର୍ଶନ ଦେଇଥିଲେ । ରେଡକ୍ରସ୍ ଜିଲ୍ଲା ସଂଯୋଜକ ଡ଼. ବିଭୂତି ଭୂଷଣ ଆଚାର୍ଯ୍ୟ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଏହି ତିନି ଦିନରେ ଅଧ୍ୟାପକ ପ୍ରସନ୍ନ ପଟ୍ଟନାୟକ, ସ୍ଥାନୀୟ ଡକ୍ଟର ମିଲନ୍ ପ୍ରଧାନ, ଅଗ୍ନିଶମ ଅଧିକାରୀ ସରୋଜ କୁମାର୍ ମହାପାତ୍ର , ଓ ରାଜେଶ୍ କୁମାର୍ ଚୌହାନ, ଫିରିଙ୍ଗିଆ କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଚିତ୍ତରଞ୍ଜନ ମିଶ୍ର ପ୍ରଶିକ୍ଷକ ରୂପେ ଯୋଗ ଦେଇଥିଲେ । କାର୍ଯ୍ୟ କ୍ରମର ଦ୍ୱିତୀୟ ଦିବସରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ୨୦ ରୁ ଅଧିକ ଛାତ୍ର ଛାତ୍ରୀ ରକ୍ତ ଦାନ କରିଥିଲେ। ସ୍ନାତକ ମହାବିଦ୍ୟାଳୟ ଫିରିଙ୍ଗିଆ ର ଅଧ୍ୟକ୍ଷ ନବଘନ ସାହୁ ସଭାପତି ରୂପେ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ । ଅଧ୍ୟାପିକା ହରପ୍ରିୟା ମିଶ୍ର , ବନିତା ପଣ୍ଡା ସୁସୂପ୍ତି ପଟ୍ଟନାୟକ , ସନ୍ଧ୍ୟାରାଣୀ ପାଢ଼ୀ ଏବଂ ଅଧ୍ୟାପକ ଡ଼. ବିରଞ୍ଚିନାରାୟଣ ସାହୁ, ଶ୍ରୀନିବାସ ରାଓ , ତଥା ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଙ୍କ ସହଯୋଗରେ ଶିବିର ସଫଳ ହୋଇଥିଲା । ଏହି ତିନିଦିନର ପଶିକ୍ଷଣ କାର୍ଯ୍ୟକ୍ରମ କୁ ସମ୍ପୂର୍ଣ୍ଣ ସଫଳ ଭାବେ ଯୁବ ରେଡ଼କ୍ରସ ସଂଯୋଜକ ଅଧ୍ୟାପକ ସୁଦାମ କୁମାର ବେହେରା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ର ଅନ୍ତିମ ସୋପାନରେ ଧ୍ବଜାବତରଣ ହୋଇଥିଲା । ଏବଂ ପଞ୍ଚାୟତ କନିଷ୍ଠ ମହାବିଦ୍ୟାଳୟ ସଂଯୋଜକ ବିଭୂତି ଭୂଷଣ ଶତପଥୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।