ପଞ୍ଚୁଗୋଛିଆ ପଞ୍ଚାୟତରେ ରନ୍ଧାଖାଦ୍ୟ ବଣ୍ଟନ
ହାଟଡିହି,(ଓ୍ବାଇଏନ୍ଏସ୍): ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପଞ୍ଚୁଗୋଛିଆ ପଞ୍ଚାୟତରେ ଏକ ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି । ଯନ୍ତ୍ରୀ ବିନୟ ମିଶ୍ର, ପିଇଓ ମହେଶ୍ୱର ସାହୁ, ଜିଆରଏସ ରାଜୀବ କୁମା ଦାସ, ପୁର୍ବତନ ସମିତିସଭ୍ୟ ପ୍ୟାରୀ ମୋହନ ମଲ୍ଲିକ, ସ୍ୱେଚ୍ଛାସେବୀ ସୁଧାଶୁଂ ନାୟକ, ବିଶ୍ୱଜିତ ଦାସ ପ୍ରମୁଖ ଉପସ୍ଥିତ ରହି ତରଭା, ବରେଶ୍ୱର, ବରଡି, ଟିକରା, ସାହାନନ୍ଦପୁର, ବଳଭଦ୍ରପୁର, ନୀଳାପୁର, କଣ୍ଠିଆଡି ପ୍ରଭୃତି ଗ୍ରାମରେ ବନ୍ୟାବିପନ୍ନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ବ୍ଲକରେ ମୋଟ ୮ଟି ପଞ୍ଚାୟତର ୨୩୯୧ଜଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସ୍ଥାନନ୍ତର କରାଯାଇ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିବା କୁହାଯାଇଛି । ଆମ୍ବୋ, ସମଣା, ଆଇତିପୁର, ହାବଳେଶ୍ୱର, ପଞ୍ଚୁଗୋଛିଆ, ସୁଲଣ ଆଦି ପଞ୍ଚାୟତରେ ମୋଟ ୨୩୯୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ ସ୍ଥାନୀୟ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳୀ ଆଦିରେ ରଖାଯାଇ ଶୁଖିଲା ଖାଦ୍ୟ ସାଙ୍ଗଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି ବୋଲି ବିଡିଓ ଜୟଦେବ ଦାସ ସୁଚନା ଦେଇଛନ୍ତି ।