ପଞ୍ଚୁଗୋଛିଆ ସମବାୟ ସମିତିରେ ଧାନ ମଣ୍ଡିର ଶୁଭାରମ୍ଭ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକର ପଞ୍ଚୁଗୋଛିଆ ସମବାୟ ସମିତିର ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ସମ୍ପାଦକ ରାମଚ଼ନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନରଞ୍ଜନ ସାମନ୍ତ ସିଂହାର, ସମିତିର ସଭାପତି ନାରାୟଣ ରାଉତ ପ୍ରମୁଖ ଯୋଗଦେଇ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏଫ.କ୍ୟୁ ମାନର ଧାନ ଦେଇ ଉଚିତ ପ୍ରାପ୍ୟ ପାଇବାପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ପ୍ରଶାନ୍ତ କୁମାର ରାଉତ, ଦିନେଶ ସେଠୀ, ପୂର୍ବତନ ସରପଞ୍ଚ ରାମଚ଼ନ୍ଦ୍ର ସତପଥି, ବିଶ୍ଵନାଥ ଖଟୁଆ, ଗୋଲେଖ ସେଠୀ, ପରିଚାଳନା ପରିଷଦ ସଦସ୍ୟ ପ୍ରମୋଦ କୁମାର ରାଉତ଼, ବିଦ୍ୟାଧ୍ଧର ରାଉତ, ପ୍ରଭାକର ଖଣ୍ଡା, ରତ୍ନାକର ଓଝା, ସୁଚିତ୍ରାନନ୍ଦ ବରାଳ, ଇନ୍ଦ୍ରମଣି ବରାଳ, ମାର୍କଣ୍ଡ ଚ଼ରଣ ନାୟକ, ଶଶିକାନ୍ତ ଖଣ୍ଡା, କ୍ରୟ କମିଟି ସଦସ୍ୟ ଆନନ୍ଦ ଚ଼ନ୍ଦ୍ର ନାୟକ, ଜଗତ କୁମାର ରାଉତ, ଗ୍ରାମ୍ୟ କୃଷି କର୍ମଚାରୀ ଉମେଶ ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ସମିତିର କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


