ପଞ୍ଚୁଗୋଛିଆ ସେବା ସମବାୟ ସମିତି ପକ୍ଷରୁ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ସେବା ସମବାୟ ସମିତି ପକ୍ଷରୁ ପଞ୍ଚୁଗୋଛିଆ ଠାରେ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସମବାୟ ସମିତିର ସମ୍ପାଦକ ରାମଚନ୍ଦ୍ର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ସଭାପତି ନାରାୟଣ ଚନ୍ଦ୍ର ରାଉତ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ହାଟଡିହି କେସିସି ବ୍ୟାଙ୍କ ହାଟଡିହିର ଶାଖାପରିଚାଳକ ଶଲିଳ କୁମାର ନାୟକ, ଏଆର.ସି.ଏସ କୈଳାଶ ଚନ୍ଦ୍ର ନାୟକ, ପଞ୍ଚୁଗୋଛିଆ ପଞ୍ଚାୟତର ସରପଞ୍ଚ ଦିନେଶ ସେଠୀ, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ରାଉତ, ପୁର୍ବତନ ସଭାପତି ମାର୍କଣ୍ଡ ଚରଣ ଓଝା, ରାମଚନ୍ଦ୍ର ସତପଥି, ଆନନ୍ଦ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । ସମିତିର ସମ୍ପାଦକ ରାମଚନ୍ଦ୍ର ଜେନା କର୍ମଶାଳାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ସମିତିର ସଦସ୍ୟ ଓ ସମିତିର ଋଣ କାରବାର ସମ୍ପର୍କରେ ସୁଚନା ଦେଇଥିଲେ । ଚାଷୀମାନେ ସମିତିରୁ କପରି ବିଭିନ୍ନ ଚାଷ ସମ୍ବନ୍ଧୀୟ ଋଣ ନେଇ ଆତ୍ମନିର୍ଭରଶୀଳ ହେବେ ସେନେଇ ଅତିଥିମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଶେଷକରି ବର୍ତ୍ତମାନ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗର ଫାଇଦା ପାଇପାରିବେ ସେନେଇ ଆଲୋକପାତ କରିଥିଲେ । ଅନେକ ଚାଷୀ ସମିତିରୁ ଋଣନେଇ ଆଉ ସୁଝୁ ନଥିବାରୁ ସମିତି ଠିକ ଭାବେ କାର୍ଯ୍ୟକ୍ଷମ ହୋଇ ପାରୁନି ବୋଲି ସଭାପତି ମତବ୍ୟକ୍ତ କରିବା ସହିତ ଅଧିକ ସଂଖ୍ୟକ ମହିଳାଙ୍କୁ ସମିତିର ସଦସ୍ୟତା ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏଥିରେ ସମିତିର ଶତାଧିକ ଚାଷୀ ଯୋଗଦେଇ ନିଜ ନିଜର ଆଭିମୁଖ୍ୟ ରଖିଥିଲେ । ସମିତିର କର୍ମଚାରୀ ପଙ୍କଜ ବରାଳ, ତ୍ରୀଲୋଚନ ସାହୁ, ଦିପକ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ