ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଅନ୍ତର୍ଗତ ବେଲଗାଁ ମଧୁସୂଦନପୁର କନକ ଦୁର୍ଗା ବିଦ୍ୟାପୀଠ ଠାରେ ପଞ୍ଚ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି‌। ସକାଳେ ଛାତ୍ରଛାତ୍ରୀ ମାନେ କଳସ ଯାତ୍ରାରେରେ ବେଲଗାଁ, ମନଶିଳା ଓ ମଧୁସୂଦନ ପୁର ପରିକ୍ରମା କରିବା ପରେ ବିଦ୍ୟାଳୟରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କୁ ଯୋଗାସନ ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶ୍ବ ଗାୟତ୍ରୀ ପରିବାର ତରଫରୁ ଯଦୁନାଥ ମିଶ୍ର ପୌରୋହିତ୍ୟ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ମୂଖ୍ୟ ସଂଯୋଜକ ପ୍ରଫୁଲ୍ଲ ଦାସ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସୁଜାତା ପଟ୍ଟନାୟକ ଓ ବସୁମତୀ ଭଉଣୀ ଯୁଗ ସଙ୍ଗୀତ ଗାନ କରିଥିଲେ। ଶିବରାମ ସାହୁ , ଲକ୍ଷ୍ମଣ ପାତୁ , ଅନିଳ ସାହୁ , କାମରାଜ ସାହୁ , ମନୋଜ ସାହୁ , ପରିକ୍ଷିତ ହରିହର , ଘନଶ୍ୟାମ ବାଡତ୍ୟା , ଶିବାୟ ସାହୁ , ଅବିନାଶ ଓ ମମତା ପ୍ରମୁଖ ସହଯୋଗ କରିଥିଲେ। ପ୍ରଧାନ ଶିକ୍ଷକ ଭାବଗ୍ରାହୀ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପ୍ରକାଶ ଚନ୍ଦ୍ର ସାହୁ , ପ୍ରହଲ୍ଲାଦ ସାହୁ , ଅଜିତ ଦଳାଇ , ବିନୋଦ କୁମାର ପାଣିଗ୍ରାହୀ, ରବି ସାହୁ ଓ ଗୀତାଞ୍ଜଳି ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ