ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ
ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ସହରରେ ଆସନ୍ତା ଏପ୍ରିଲ ୨୬ ତାରିଖ ଠାରୁ ମଇ ୧୨ ତାରିଖ ପର୍ଯ୍ୟନ୍ତ ମା’ ନାରାୟଣୀ, ମା’ ବ୍ୟାଘ୍ରଦେବୀ, ମା’ ବୁଢୀ ଠାକୁରାଣୀ, ମା’ ମାଳିଝୋଳା ଓ ମା’ ମାମୁଁଦେଇ ପଞ୍ଚ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଅଛି। ସେହି ପଞ୍ଚ ଠାକୁରାଣୀ ଯାତ୍ରା ଉପଲକ୍ଷେ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ମହାଶିବ ରାତ୍ରି ଫେବୃଆରୀ ୧୮ ତାରିଖ ଦିନ ନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। କାର୍ଯ୍ୟକ୍ରମରେ ଯାତ୍ରା କମିଟିର ସଭାପତି ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, କମିଟିର ସମ୍ପାଦକ ବିଶ୍ଵମୋହନ ମିଶ୍ର, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ରଘୁନାଥ ସାହୁ, ସୁଧାଂଶୁ ଶେଖର ପାଢ଼ୀ, କେ.ତ୍ରିଲୋଚନ ଦୋରା, ବସନ୍ତ କୁମାର ଦଳେଇ, ଲକ୍ଷ୍ମୀ ନାରାୟଣ ଦାଶ, ବ୍ରଜ ବିହାରୀ ପ୍ରଧାନ, ଗଙ୍ଗାଧର ବିଷୋୟୀ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।