ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସର ଆସୋସିଏସନ୍ ପକ୍ଷରୁ ବୃଦ୍ଧାଶ୍ରମରେ ବେଡସିଟ, ଗ୍ରୋସରୀ ଓ ୱାଟର ଫିଲ୍ଟର ପ୍ରଦାନ
ବାଲେଶ୍ୱର, (ସରୋଜ ପଣ୍ଡା) :ଅଲ ଇଣ୍ଡିଆ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅଫିସର ଆସୋସିଏସନ ପକ୍ଷରୁ ବାଲେଶ୍ୱର ବାଲିଆ ସ୍ଥିତ କପିଳମୁନି ବୃଦ୍ଧାଶ୍ରମର ଅନ୍ତେବାସୀ ମାନଙ୍କୁ ଗ୍ରୋସରି,ପିଇବା ପାଇଁ ୱାଟର ଫିଲଟର,ବେଡ଼ସିଟ ଓ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଆସୋସିଏସନ ସମ୍ପାଦକ ଆକାଶ ଦାସ, ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ଭୂଷଣ ପ୍ରଧାନ କୋଷାଧକ୍ଷ ପୃଥ୍ୱୀରାଜ ନାୟକଙ୍କ ସମେତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।