ପଞ୍ଜିକୃତ କଳାକାରଙ୍କ ପାଇଁ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ସଠିକ ଭାବରେ ଲୋକଙ୍କ ମଧ୍ୟରେ ସଂଚାରିତ କରିବା ଲାଗି ଏକ ଦିନିକିଆ କର୍ମଶାଳା ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରଠାରେ ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ପ୍ରସିଦ୍ଧ ଚଳଚ୍ଚିତ୍ର ଓ ମଂଚ କଳାକାର ଅଜିତ ଦାସ ଯୋଗଦେଇ କହିଥିଲେ ଯେ, ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ନିକଟରେ ପହଂଚାଇବା ଲାଗି କଳା ପ୍ରଦର୍ଶନ ହେଉଛି ଏକ ବଳିଷ୍ଠ ମାଧ୍ୟମ । ରାଜ୍ୟ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ୪୭୧ଟି ଲୋକକଳାକୁ ବଂଚାଇବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରୟାସ କରାଯାଇଛି ଏବଂ କଳାକାରମାନେ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଂଚାଇବାରେ ଗୁରୁତ୍ୱ ଭୂମିକା ନିର୍ବାହ କରୁଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ସହ-ପ୍ରାଧ୍ୟାପିକା ଶ୍ରୀମତୀ ସଙ୍ଗୀତା ଗୋସାଇଁ, ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର, ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୮୧ଜଣ ଦଳପତିଙ୍କୁ କଳା ମାଧ୍ୟମରେ କିଭଳି ଭାବେ ସୂଚନା ପ୍ରସାର କରିହେବ, ସେ ନେଇ ଅନୁପ୍ରାଣିତ କରିଥିଲେ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସ୍ୱଚ୍ଛ ଭାରତ ଅଭିଯାନ, ବେଟୀ ବଚାଓ ବେଟୀ ପଢ଼ାଓ ଅଭିଯାନ, ଫିଟ ଇଣ୍ଡିଆ ଅଭିଯାନ ସମ୍ପର୍କରେ ଓଡିଶୀ ଗୁରୁ ଶ୍ରୀ ଆଶୀଷ କୁମାର ଦାସ, ପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ଆନନ୍ଦିନୀ ଦାସୀ, ଓଡିଶୀ ନୃତ୍ୟଶିଳ୍ପୀ ଶ୍ରୀ କୁମାର ଭୀମସେନ, ୟୁନିସେଫର ସଂଚାର ପରାମର୍ଶଦାତା ଶ୍ରୀ ଚକ୍ରଧର ସାହୁ ପ୍ରମୁଖ ବିଶେଷଜ୍ଞଙ୍କ ଦ୍ୱାରା କଳାକାରମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଶେଷରେ ଦୁଇଟି ପଞ୍ଜିକୃତ କଳାକାର ଦଳଙ୍କ ଦ୍ୱାରା ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ କିଭଳି ଭାବେ ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର କରାଯାଇପାରିବ ସେ ସମ୍ପର୍କରେ କଳା ପ୍ରଦର୍ଶନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ