ପଞ୍ଜୀକରଣ ସହ କ୍ୱାରାନଟାଇନ୍ ବାଧ୍ୟତାମୂଳକ : ପ୍ରମୁଖ ସଚିବ ଶର୍ମା

ଯାଜପୁର, (ୱାଇଏନ୍‌ଏସ୍‌): ଯେକøଣସି ବ୍ୟକ୍ତି ବାହାର ରାଜ୍ୟ ବା ଜିଲ୍ଲାରୁ ଆସୁଥିଲେ ସେମାନେ ନିଶ୍ଚିତ ଭାବେ ନାମ ପଞ୍ଜୀକରଣ କରାଇ କ୍ୱାରାନଟାଇନରେ ରହନ୍ତୁ । ଏହାର ଉଲଂଘନ କ୍ଷେତ୍ରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତି ନୋଡ଼ାଲ ଅଧିକାରୀ ହେମନ୍ତ କୁମାର ଶର୍ମା କହିଛନ୍ତି । ଶନିବାର ପୂର୍ବାହ୍ନରେ ଯାଜପୁର ଜିଲ୍ଲା କରୋନା ସ୍ଥିତିର ସମୀକ୍ଷା କରି ଶର୍ମା ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପଞ୍ଜୀକରଣ ପାଇଁ ପଂଚାୟତମାନଙ୍କରେ ସରପଂଚ, ଆଶ ଓ ଅଙ୍ଗନୱାଡ଼ୀ କର୍ମୀମାନେ ଉତରଦାୟୀ ଭାବେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । କରୋନାକୁ ଲୁଚାଇଲେ ସେ ସଂପୃକ୍ତ ବ୍ୟକ୍ତି ସହ ତା’ର ପରିବାର, ଗ୍ରାମ ଓ ସମଗ୍ର ଅଂଚଳକୁ ସଂକ୍ରମିତ ହେବାର ଆଶଙ୍କା ରହିଥିବାରୁ ଏହା ପ୍ରତ୍ୟେକଙ୍କ କାମ ଯେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୱାରାନ୍‌ଟାନ୍ କରାଇବା । ବାହାରୁ ଆସୁଥିବା ବ୍ୟକ୍ତିଙ୍କ ପଞ୍ଜିକରଣ ସହ ରିବା ସ୍ଥଳ ଉପଯୁକ୍ତ ରହଣି ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ବିଦ୍ୟୁତ, ରନ୍ଧାଖାଦ୍ୟ, ସୁରକ୍ଷା , ଚିକିତ୍ସା ପାଇଁ ମଧ୍ୟ ଉତରଦାୟୀ ଭାବେ କାର୍ଯ୍ୟ କରନ୍ତୁ । କୌଣସି ବ୍ୟକ୍ତି କ୍ୱାରାନଟାଇନ ଭିତରକୁ ପ୍ରବେଶ କରିପାରିବେ ନାହିଁ ସେଥି ପାଇଁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଥିବା ବେଳେ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । ଜିଲ୍ଲାରେ ବର୍ତମାନ ୫୭୧ଟି ଅସ୍ଥାୟୀ ଚିକିତ୍ସା ଶିବିର କରାଯାଇଛି ଓ ଏହାକୁ ଆହୁରି ବଢ଼ାଯାଉଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ସୂଚନା ଦେଇଥିଲେ । ପୂର୍ବରୁ ୧୦ ଗୋଟି କଂଟେନମେନ୍ଟ ଜୋନ୍ ଜିଲ୍ଲାରେ ବଳବତର ଥିବା ବେଳେ ଯେଉଁଠାରେ ନୂଆ ପଜିଟିଭ ବାହାରୁଛି ସେଠାରେ ତତ୍‌କ୍ଷଣାତ ଅଂଚଳକୁ ସିଲ କରାଯାଉଛି । ଓଡ଼ିଶା ଅର୍ବାନ ହାସିଂ ମିଶନର ନିର୍ଦ୍ଦେଶକ ସୁରେନ୍ଦ୍ର ଚନ୍ଦ୍ର ଦଳାଇ ବ୍ଲକ୍‌ସ୍ତରରେ ମେଡ଼ିକାଲ୍ ଟିମ୍ ଗଠନ କରାଯାଇ ବାହାରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଥିଲେ । ଏହି ବୈଠକରେ ପରେ ଉଭୟ ଅଧିକାରୀ ଡୁବୁରା ସ୍ଥିତ କୋଭିଡ଼ ହସ୍‌ପିଟାଲ୍‌କୁ ପରିଦର୍ଶନ କରିବା ସହ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପଚାରି ବୁଝିଥିଲେ । ଏହି ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ମିହିର ପ୍ରସାଦ ମହାନ୍ତି, ନାରାୟଣ ଚନ୍ଦ୍ର ଧଳ, ସିଡ଼ଇଏମ୍‌ଓ ସୁଧାଂଶୁ ଶେଖର ବଳ, ଏଡିଏମ୍‌ଓ ଡା. ପି.କେ. ନାଥ ଶର୍ମା, ଯାଜପୁର ପୌରନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ