ପଞ୍ଜୀକରଣ ୮ ହଜାର ଟପିଲା ପ୍ରବାସୀଙ୍କ ୨୫ ପଞ୍ଚାୟତରେ ୧୨୫୦ ଶର୍ଯ୍ୟାର ବ୍ୟବସ୍ଥା

ବନ୍ତ (ଚାନ୍ଦିନୀ ମହାନ୍ତି) : କରୋନା ଲକ୍ ଡାଉନ୍ ସମୟରେ ଅନ୍ୟ ରାଜ୍ୟରୁ ଓଡିଶା ଫେରିବାକୁ ଥିବା ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ ବନ୍ତ ବ୍ଲକରେ ଗୁରବାର ସୁଦ୍ଧା ୮ ହଜାର ୪ ଶହ ୨ରେ ପହଞ୍ôଚଛି । ବ୍ଲକର ପ୍ରତିଟି ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୫୦ଟି କରି ୨୫ଟି କେନ୍ଦ୍ରରେ ମୋଟ ୧୨୫୦ଟି ଶର୍ଯ୍ୟାର ବ୍ୟବସ୍ଥା କରାଯାଇଛି । ଏପରିସ୍ଥଳେ ବ୍ଲକରେ ଆହୁରି ଅଧିକ ସଂଖ୍ୟକ ଶର୍ଯ୍ୟାର ଆବଶ୍ୟକତା ରହିଛି । ବିଭିନ୍ନ ସାମୟିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି, ବିଦ୍ୟୁତ୍‌, ଆକ୍ୱାଗାର୍ଡ, ଇନ୍‌ଭର୍ଟର ଆଦିର ବ୍ୟବସ୍ଥା ଥିଲେ ମଧ୍ୟ ଅଧିକାଂଶ କେନ୍ଦ୍ରରେ ଶୌଚାଳୟ ସମସ୍ୟା ରହିଛି । ବର୍ତ୍ତମାନ ସୁଦ୍ଧା କୌଣସି କେନ୍ଦ୍ରରେ ଅସ୍ଥାୟୀ ପାଇଖାନାର ବ୍ୟବସ୍ଥା କରାଯାଇନାହିଁ । ବିଶେଷକରି ସମସ୍ତ କେନ୍ଦ୍ରରେ ପରିମଳ ଓ ରାତ୍ର ଜଗୁଆଳ ଉପରେ ଗୁରୁତ୍ୱ ଦେବାର ଯଥେଷ୍ଟ ଆବଶ୍ୟକତା ରହିଛି । ଅବଧି ପୂର୍ବରୁ କୌଣସି ପ୍ରବାସୀ ଯେପରି ସଙ୍ଗରୋଧ କେନ୍ଦ୍ରରୁ ପଳାଇ ନଯାଆନ୍ତି ସେଥିପ୍ରତି ସତର୍କ ଦୃଷ୍ଟି ଦିଆଯିବାର ଆବଶ୍ୟକତା ରହିଛି । ସଙ୍ଗରୋଧ କେନ୍ଦ୍ରରେ ସ୍ୱଚ୍ଛତା ବଜାୟୀ ରଖିବା ସହ ବଳକା ପ୍ରବାସୀ ଓଡିଆଙ୍କ ପାଇଁ ବ୍ଲକ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ