ପଟିଆ ଛକରେ ୭୫ତମ ସହିଦ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୧୯୪୮ ମସିହା ଆଜିର ଦିନରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ପ୍ରାର୍ଥନା ସଭାରେ ହତ୍ୟା କରାଯାଇଥିଲା । ଭାରତବର୍ଷର ୪୦ କୋଟି ଲୋକ ସ୍ତବ୍ଧ ହୋଇଯାଇଥିଲେ । ଯାହାଙ୍କ ଜୀବନ ଭାରତବାସୀଙ୍କ ପାଇଁ ବହୁବର୍ଷ ଧରି ଜେଲରେ କଟିଲା, ଦେଶ ସ୍ୱାଧୀନ ହେଲା । ସ୍ୱାଧୀନତାର ୫ ମାସ ୧୫ ଦିନ ପରେ ଗାନ୍ଧିଜୀଙ୍କୁ ହତ୍ୟା କରାଗଲା । ଏହା ଏକ ମର୍ମସ୍ପର୍ଶୀ, ହୃଦୟ ବିଦାରିତ ଦୃଶ୍ୟ ଥିଲା । ସେହିଦିନ ଠାରୁ ଆଜି ଦିନଟିକୁ ସହିଦ ଦିବସ ରୂପେ ଦେଶପ୍ରେମୀ ଲୋକମାନେ ପାଳନ କରି ଆସୁଛନ୍ତି । ଏହି ଅବସରରେ ପଟିଆ ଛକରେ ପୂର୍ବାହ୍ନ ୧୧ ଘଟିକାରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ଓ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ଶ୍ରୀ ଅଭୟ ବଡ଼ଜେନା, କୁନା କୁମାର ଜେନା, ରାମଚନ୍ଦ୍ର ପାତ୍ର, କୈଳାସ ଚନ୍ଦ୍ର ସାହୁ, ଅଦ୍ୱୈତ ଚମ୍ପତି, ରଞ୍ଜନ କୁମାର ଜେନା, ଲକ୍ଷ୍ମୀପ୍ରିୟା ଜେନା ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ