ପଟିଲୋ ଓ ବିନିଦା ପଂଚାୟତରେ କୋରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

ଘଟଗାଁ,(ନାରାୟଣ ପଲାଇ):ଚଳିତ ବର୍ଷ ଅକ୍ଟୋବର୨ ତାରିଖ ଗାନ୍ଧି ଜୟନ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର୨ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କୋରୋନା ଜନସଚେତନତା ଅଭିଯାନ ଆରମ୍ଭ ହୋଇଯାଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଘଷିପୁରା ବ୍ଲକ ର ପୂର୍ବତନ ଅଧକ୍ଷ ଶ୍ରୀଯୁକ୍ତ ଦେବାଶିଷ ପାତ୍ର ଙ୍କ ନେତୃତ୍ୱ ରେ ଘଟଗାଁ ବ୍ଲକର ବିନିଦା ଓ ପଟିଲୋ ଗ୍ରାମପଂଚାୟତ ରେ ଗତ ଶୁକ୍ରବାର ଦିନ କୋରୋନା ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଶୁକ୍ରବାର ସକାଳ ୧୦ ଘଟିକା ସମୟରୁ ଦେବାଶିଷ ପାତ୍ରଙ୍କ ସମେତ ଉକ୍ତ ଦୁଇଟି ପଂଚାୟତରୁ ଅନେକ ଯୁବକ ଏବଂ ମହିଳା ଉତ୍ସାହ ସହକାରେ ବାହାରି ସାମାଜିକ ଦୂରତା ବଜାଇ ରଖି ଗାଁ ଗାଁ ଭ୍ରମଣ କରି କରୋନା ମହାମାରି ସମ୍ବନ୍ଧରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ । ତାସହିତ ମାସ୍କ ପିନ୍ଧିନଥିବା ବ୍ୟକ୍ତିଙ୍କ ମାସ୍କ ଦେବା ସହିତ ମାସ୍କ ସର୍ବଦା ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ବଜାଇ ରଖି ଚଳପ୍ରଚଳ କରନ୍ତୁ ବୋଲି ଲୋକଙ୍କ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମ ରେ ଘଟଗାଁ ବ୍ଲକ ବିଜୁ ମହିଳା ଜନତା ଦଳ ର ସଭାନେତ୍ରୀ ଶ୍ରୀମତୀ ପୁଷ୍ପଲତା ରାଉତ, ଘଷିପୁରା ନିର୍ବାଚନ ମଣ୍ଡଳୀର ବିଜେଡି ସୋସିଆଲ ମିଡିଆ ସେଲ ସଭାନେତ୍ରୀ ତଥା ଘଟଗାଁ ଜୋନ ବିଜୁ ମହିଳା ଜନତା ଦଳର ଉପସଭାପତି ରଂଜିତା ରାଉତ, ଢେଙ୍କିକୋଟ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ମହାନ୍ତ, ସରପଂଚ ପଟିଲୋ ଗ୍ରାମପଂଚାୟତ ରଂଜନ ନାଏକ, ପୁରୁମୁଣ୍ଡା ଗ୍ରାମପଂଚାୟତ ସରପଂଚ ରବି ମୁଣ୍ଡା, ପୁରୁମୁଣ୍ଡା ସମିତି ସଭ୍ୟ ରଂଜିତ ବେହେରା, ଦୁର୍ଯ୍ୟଧାନ ବାରିକ, ଫକୀର ସାହୁ, ଜୟକୃଷ୍ଣ ଦଣ୍ଡପାଟ, ପଟେଲ ମହାନ୍ତ, ପବିତ୍ର ପରିଡା, ଖଗେଶ୍ୱର ମହାନ୍ତ, ଗୁରୁଚରଣ ମହାପାତ୍ର, ମଙ୍ଗୁଳୁ ନାଏକ, ମାଧବାନନ୍ଦ ମହାନ୍ତ, ମାର୍କଣ୍ଡ ସୁଳିଆ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଯୁବ ନେତା ସିକନ ପାଢୀ,ବିକ୍ରମ ଜେନା, ମୁନା ପଣ୍ଡା, ରତନ ପଲେଇ, ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ