ପଟ୍ଟାମୁଣ୍ଡାଇ ଧୋୟାଚଂଳରେ ସାଂସଦ ଓ ବିଧାୟକଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା (ଯୁଗାବ୍ଦ ନ୍ୟୁଜ୍) : କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଧୋୟାଚଂଳରେ ରବିବାର ସାଂସଦ ଅନୁଭବ ମହାନ୍ତି ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ପେଣ୍ଠପାଳ ଠାରେ ଅନୁଷ୍ଠିତ ଉତ୍ସବରେ ସାଂସଦ ଅନୁଭବ ମହାନ୍ତି,ବିଧାୟକ ଶଶୀଭୂଷଣ ବେହେରା,ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା,ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି,କଟକ – ଚୈାଦ୍ୱାର ବିଧାୟକ ସୈାଭିକ ବିଶ୍ୱାଳ,ପୂର୍ବତନ ବିଧାୟିକା ଡଃ.ସିପ୍ରା ମଲ୍ଲିକ,ପୂର୍ବତନ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ମାନସ ରଞ୍ଜନ ସାମଲ ପ୍ରମୁଖ ଯୋଗଦେଇ ଧୈାୟାଚଂଳର ବିକାଶ ନିମନ୍ତେ ଉଭୟ ସାଂସଦ ଓ ବିଧାୟକ କାର୍ଯ୍ୟ କରିବାକୁ ନିବେଦନ କରିଥିଲେ । ଏହି ଅବସରରେ ସାଂସଦ ଶ୍ରୀ ମହାନ୍ତି ଓ ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ