ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ୧୭ନମ୍ବର ୱାର୍ଡ ସଂରକ୍ଷଣକୁ ବଦଳାଇବା ପାଇଁ ଆବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୈାରସଂସ୍ଥା ଅନ୍ତର୍ଗତ ୧୭ନମ୍ବର ୱାର୍ଡର ଅଧିବାସୀମାନେ ଅଭିଯୋଗ କରିଛନ୍ତି ଯେ ଗତ ୯ତାରିଖରେ ପ୍ରଶାସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାଇ ସେହି ୱାର୍ଡଟି ପଛୁଆ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । କିନ୍ତୁ ସେହି ୱାର୍ଡଟିରେ ଶତ ପ୍ରତିଶତ ଅନୁସୂଚିତ ଜାତି ବର୍ଗର ଲୋକମାନେ ବସବାସ କରୁଥିବାରୁ ୱାର୍ଡଟିକୁ ପଛୁଆ ବର୍ଗ ମହିଳା ପରିବର୍ତ୍ତେ ଅନୁସୂଚିତ ଜାତି କିମ୍ବା ଅନୁସୂଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ କରାଯିବାକୁ ୱାର୍ଡର ଅଧିବାସୀଙ୍କ ପକ୍ଷରୁ ମହେଶ୍ୱର ମଲିକ, ଦୀପକ ମଲିକ, ଦିଲ୍ଲିପ ମଲିକ, ଶରତ ଚନ୍ଦ୍ର ମଲିକ, ସୁବାଷ ଚନ୍ଦ୍ର ମଲିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ସେହି ଅଭିଯୋଗର ନକଲ ପଟ୍ଟାମୁଣ୍ଡାଇ ପୈାରସଂସ୍ଥାର ନିର୍ବାହୀ ଅଧିକାରୀ ଏବଂ ନଗର ଉନ୍ନୟନ ବିଭାଗର ନିର୍ଦେଶକଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି । ଯଦି ସେମାନଙ୍କ ଆପତ୍ତିକୁ ବିଚାର କରାଯାଇ ପରିବର୍ତ୍ତନ କରାନଯାଏ ତେବେ ସେମାନେ ନ୍ୟାୟାଳୟର ଦ୍ୱାରସ୍ତ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ