ପଠାଣି ସାମନ୍ତ ବୃତ୍ତି ପରୀକ୍ଷାରେ ପ୍ରିୟ ପ୍ରକାଶ ସାହୁ ପ୍ରଥମ
ବୁଗୁଡା,(ଅନିଲ କୁମାର ମହାରଣା): ନବମ ଶ୍ରେଣୀ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ବିରଞ୍ଚିପୁର ହାଇ ସ୍କୁଲ ଛାତ୍ର ପ୍ରିୟ ପ୍ରକାଶ ସାହୁ, ପିତା- ସଞ୍ଜୟ କୁମାର ସାହୁ ବୁଗୁଡା ବ୍ଳକରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଅର୍ଜନ କରିଛନ୍ତି। ସେହିପରି ବାଲିପଦର ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପ୍ରକୃତି ସ୍ବାଇଁ, ପିତା- ବିଶିକେଶନ ସ୍ଵାଇଁ ଦ୍ଵିତୀୟ, ନଗୁଡୁ ହାଇ ସ୍କୁଲ ଛାତ୍ର ଲୋକେଶ କୁମାର ସାହୁ, ପିତା- ଦେବାନନ୍ଦ ସାହୁ ତୃତୀୟ, ବାଲିପଦର ହାଇ ସ୍କୁଲ ଛାତ୍ରୀ ମାଧୁରୀ ମହାରଣା, ପିତା- ହରେକୃଷ୍ଣ ମହାରଣା ଚତୁର୍ଥ, ଅନ୍ତରପଡା ହାଇ ସ୍କୁଲ ଛାତ୍ର ରାଜା ସ୍ଵାଇଁ, ପିତା- ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ପଞ୍ଚମ ଓ ପଙ୍କଳବାଡ଼ି ହାଇ ସ୍କୁଲ ଛାତ୍ର ଆଲୋକ କୁମାର ନାୟକ, ପିତା- ବିଦ୍ୟଧର ନାୟକ ଷଷ୍ଠ ସ୍ଥାନ ଅଧିକାର କରି ନବମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେହିପରି ବୁଗୁଡା ଏନଏସି ପାଇଁ ବୁଦ୍ଧଗିରି ବିଦ୍ୟାପୀଠର ତିନି ଜଣ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ହେଲେ ଛାତ୍ର ଦୀପକ ସ୍ଵାଇଁ, ପିତା- ପ୍ରଫୁଲ କୁମାର ସ୍ୱାଇଁ ପ୍ରଥମ, ଛାତ୍ର ରାଜେଶ କୁମାର ଗୌଡ଼, ପିତା- ସନ୍ତୋଷ କୁମାର ଗୌଡ଼ ଦ୍ଵିତୀୟ ଓ ଛାତ୍ରୀ ଅଙ୍କିତା ପରିଡା, ପିତା- ଗୋପାଳ ଚନ୍ଦ୍ର ପରିଡା ।