ପଡ଼ିଆରେ ଯୁବତୀଙ୍କ ମୃତଦେହ, ପୋଲିସ୍ ଦ୍ଵାରା ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଇନ ଯେତେ କଠୋର ହେଲେ ମଧ୍ୟ ଅସାମାଜିକ, ଲମ୍ପଟ, ଦୁଷ୍କର୍ମକାରୀଙ୍କ ସେଥିପ୍ରତି ଭୃକ୍ଷେପ ନାହିଁ । ଆଇନକୁ ଫୂ କରି ଦେଉ ଛନ୍ତି । ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ସିମାନ୍ତ ତିରିଂ ଥାନା ଅଂଚଳର କୁଲୁଘୁଟୁ ପଞ୍ଚାୟତର ଜିରେଇ ଗ୍ରାମ ସନ୍ନିକଟ ବାରୁଡୁଙ୍ଗୁରି ପଡ଼ିଆରେ ଏକ ଅର୍ଦ୍ଧ ଉଲଗ୍ନ ଯୁବତୀର କ୍ଷତାକ୍ତ ମୃତଦେହକୁ ଉଦ୍ଧାର କରି ଛାନଭିନ କରୁଛି । ସୂଚନାଯୋଗ୍ୟ ଯେ ତିରିଂ ଥାନା ଅଂଚଳର ବଡନାରାଣି ପଞ୍ଚାୟତର ଦେଓଗାମ ଗାଁ ର ଗଙ୍ଗାଧର ଗାଇପେଇଙ୍କ ଘରେ ତାଙ୍କ ଶାଳୀ ଅବିବାହିତ ତୁଳସୀ ସାମାଦ ବାନରା (୨୮) ଘର ପଡୋଶୀ ଝାଡଖଣ୍ଡ ରାଜ୍ୟର ତଳନଗର ଅଂଚଳର ମଝିଗାଁ ଥାନା ଅନ୍ତର୍ଗତ ଦାନାବିର ଗ୍ରାମ । ସେ ଭିଣୋଇ ଘରେ ରହି ପରିବା ପତ୍ର ବିକି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ମଙ୍ଗଳବାର ଦିଳ ବଡନାରାଣି ଗାଁ କୁ ସାପ୍ତାହିକ ହାଟକୁ ତୁଳସୀ ତା’ର ଭିଣୋଇ ଗଙ୍ଗାଧର ଓ ଭଉଣୀ ଚେନାଙ୍କ ସହ ପରିବା ବିକିବାକୁ ଯାଇଥିଲେ । ସଂଧ୍ୟାରେ ସେ ଆଉ ଘରକୁ ଫେରି ନ ଥିଲେ । ରାତିରେ ଭଉଣୀ ଓ ଭିଣୋଇ ଖୋଜାଖୋଜି କରି ପାଇ ନ ଥିଲେ । ବୁଧବାର ଦିନ ସକାଳେ ଜିରେଇ ଗ୍ରାମ ଲୋକେ ଶୌଚ କରିବାକୁ ଯାଇ ବାନାଡୁଙ୍ଗୁରି ପଡ଼ିଆରେ ଏକ କ୍ଷତାକ୍ତ ଯୁବତୀଙ୍କ ମୃତଦେହ ଦେଖି ତିରିଂ ଥାନାକୁ ଜଣାଇଥିଲେ । ତିରିଂ ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ କରିବା ସହ ବାରିପଦାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଯାଇଛି । ପୋଲିସ ଏକ ମାମଲା ୮୩/ ୨୨ ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି । ଘଟଣା ଦୁଷ୍କର୍ମ ପରେ ହତ୍ୟା ନେଇ ସନ୍ଦେହ କରାଯାଉଛି ।