ପଡ଼ୋଶୀଙ୍କ ଆକ୍ରମଣରେ ଯୁବକ ଗୁରୁତର
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବ୍ଲକ କୈଠଡା ଗ୍ରାମର ଜି.ସଞ୍ଜୟ ରେଡ୍ଡୀ ତାଙ୍କ ପଡୋଶୀ ଜି. ଡୋରା ରେଡ୍ଡୀ ଏବଂ ତାଙ୍କ ସମ୍ପର୍କୀୟ ମାନଙ୍କ ଘାତକ ଆକ୍ରମଣ ରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ସଞ୍ଜୟ ଙ୍କ ଏତଲା କ୍ରମେ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା ମାମଲା ନଂ.୧୩୧/୨୫ ଅନୁଯାୟୀ ସମସ୍ତ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ଏସ.ଆଇ ସୋଫିଆ ମିଶ୍ର ଙ୍କୁ ତଦନ୍ତଭାର ଦେଇଛନ୍ତି।ଶୁକ୍ରବାର ରାତି ପ୍ରାୟ ୮ ଟାରେ ସଞ୍ଜୟ ତାଙ୍କ ଘର ବାରଣ୍ଡା ରେ ଶୋଇଥିବା ବେଳେ ପଡୋଶୀ ଡୋରା ରେଡ୍ଡୀ ନିଶାସକ୍ତ ଅବସ୍ଥାରେ ତାଙ୍କ ଛୋଟ ପୁଅ ପ୍ରତ୍ୟୁଷ ଙ୍କୁ ଘର ସମ୍ମୁଖରେ ନିସ୍ତୁକ ମାଡ଼ ମାରିବାରୁ ସେ ପାଟିକରି କାନ୍ଦିଥିଲେ। କାନ୍ଦ ଶୁଣି ସଞ୍ଜୟ ଛଡ଼ାଇବାକୁ ଯିବାରୁ ଡୋରା ଏକ ଲୁହାଛଡ଼ ରେ ସଞ୍ଜୟ ଙ୍କ ମୁଣ୍ଡ କୁ ମାଡ଼ ମାରିଥିଲେ।ସେ ତଳେ ପଡିଯିବାରୁ ଡୋରା ଙ୍କ ଶ୍ଵଶୁର କେ. ଦେବରାଜ ରେଡ୍ଡୀ, ଡୋରା ଙ୍କ ସ୍ତ୍ରୀ ଅପରାଜିତା ରେଡ୍ଡୀ ଠେଙ୍ଗା ଓ କାଠ ଫାଳିଆ ଧରି ତାଙ୍କୁ ଆକ୍ରମଣ କରିଥିଲେ।ସାହି ପଡୋଶୀ ଦୌଡ଼ି ଆସିବାରୁ ସେମାନେ ତାଙ୍କୁ ଧମକ ଦେଇ ସେଠାରୁ ପଳାଇଥିଲେ।ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଚିକିତ୍ସା ହେବା ପରେ ଘଟଣାର ପରଦିନ ସଞ୍ଜୟ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେଇଥିବା ପୁଲିସ କହିଛି।