ପଡ଼ୋଶୀ ନଜରରେ ରହିବେ ହୋମ୍‌ କ୍ବାରେଣ୍ଟାଇନ୍‌ ପରିବାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିବା ପରିବାର ଲୋକଙ୍କ ଉପରେ ନଜର ରଖିବେ ପଡ଼ୋଶୀ। ହୋମ୍ କ୍ବାରେଣ୍ଟାଇନ୍‌ ମନିଟରିଂ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଏସ୍ଓପିରେ ଏହି ନିୟମ ରହିଛି। ପ୍ରବାସରୁ ଫେରିଥିବା କିମ୍ବା ଅନ୍ୟ କୌଣସି କାରଣ ପାଇଁ ଘରେ କ୍ବାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ପ୍ରଶାସନ ପକ୍ଷରୁ ଷ୍ଟିକର୍ ଲଗାଯିବ। ଷ୍ଟିକର୍ ଲଗାଇବାକୁ ଯାଇଥିବା କର୍ମଚାରୀ ପାଖ ପଡ଼ୋଶୀଙ୍କୁ କ୍ବାରେଣ୍ଟାଇନ୍‌ରେ ଥିବା ପରିବାର ସମ୍ପର୍କରେ ଜଣାଇବା ସହ ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଲିଫ୍‌ଲେଟ୍‌ରେ ସେମାନଙ୍କ ତଥ୍ୟ ପ୍ରଦାନ କରିବେ। କ୍ବାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତି ଯଦି ନିୟମ ଭାଙ୍ଗନ୍ତି, ତେବେ ପଡ଼ୋଶୀଙ୍କୁ ୧୦୦ କିମ୍ବା ୧୨୯୯ରେ କଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସ୍ଥାନୀୟ ଓ୍ୱାର୍ଡ ଅଧିକାରୀ କିମ୍ବା ଥାନାକୁ ବି ଜଣାଇପାରିବେ ପଡ଼ୋଶୀ। ଆଉ ଯଦି କ୍ବାରେଣ୍ଟାଇନ୍‌ରେ ଥିବା ବ୍ୟକ୍ତି ନିୟମ ଉଲ୍ଲଂଘନ କରି ଧରାପଡ଼ିଲେ, ତେବେ ସେମାନଙ୍କ ବିରୋଧରେ ରେଡ୍ ନୋଟିସ୍ ଜାରି କରାଯିବ ଏବଂ ପୁଣି ନିୟମ ଭାଙ୍ଗି ଧରାପଡ଼ିଲେ ସରକାରୀ କ୍ବାରେଣ୍ଟାଇନ୍‌ ସେଣ୍ଟରକୁ ପଠାଯିବା ସହ ମାମଲା ରୁଜୁ ହେବ। କ୍ବାରେଣ୍ଟାଇନ୍‌ରେ ରହୁଥିବା ପରିବାରକୁ ଔଷଧ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇବାରେ ସାହାଯ୍ୟ କରିବାକୁ ପଡ଼ୋଶୀଙ୍କୁ ଏସ୍ଓପିରେ କୁହାଯାଇଛି। କ୍ୱାରେଣ୍ଟିନ୍‌ରେ ଥିବା ପରିବାର ସହ ସର୍ଭେଲାନ୍ସ ଟିମ୍ ଯୋଗାଯୋଗରେ ରହିବେ ଏବଂ ପ୍ରତିଦିନ କୌଣସି ଲକ୍ଷଣ ଦେଖାଦେଉଛି କି ନାହିଁ ପଚାରି ବୁଝିବେ। ଆବଶ୍ୟକ ପଡ଼ିଲେ ସର୍ଭେଲାନ୍ସ ଟିମ୍ ମଧ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ସେହି ପରିବାରକୁ ଯୋଗାଇଦେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ