ପଢ଼ିଆରିପଲ୍ଲୀରେ ପୂର୍ବତନ ସରପଞ୍ଚଙ୍କ ସ୍ମୃତିସଭା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢିଆରିପଲ୍ଲୀ ପଞ୍ଚାୟତର ବିଜୁ ଜନତା ଦଳର ବରିଷ୍ଠ ନେତା ଦୃଢ଼ ସଂଗଠକ ତଥା ପୂର୍ବତନ ସରପଞ୍ଚ ହାଡିବନ୍ଧୁ ଦେହୁରୀଙ୍କ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ବ୍ଳକ ଅଧ୍ୟକ୍ଷା ସାବିତ୍ରି ସେଠୀ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ଵିମ୍ବାଧର ବିଶ୍ୱାଳ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚ଼ରଣ ଓଝା, ବିଜୟ ରାଉତ, ଶତୃଘ୍ନ ପାତ୍ର, ନରହରି ପାତ୍ର ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ହାଡିବନ୍ଧୁଙ୍କ ସ୍ମୃତିଚାରଣ କରିଥିଲେ। ସେ ଏ ଅଞ୍ଚଳର ବିକାଶ, ବଉଳା ଖଣି ଅଞ୍ଚଳରେ ଶ୍ରମିକ ମାନଙ୍କ ସମସ୍ୟା ଓ ବିଭିନ୍ନ ସାମାଜିକ ସଂଗଠନ ସହ ଜଡିତ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ