ପଢ଼ିଆରିପଲ୍ଲୀ ନୋଡାଲ ବିଦ୍ୟାଳୟର ବାର୍ଷିକ ଉତ୍ସବ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ପଢିଆରିପଲ୍ଲୀ ନୋଡାଲ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ମୁଖ୍ୟବକ୍ତା ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ସୋମନାଥ ଦାସ, ସ୍ବତନ୍ତ୍ରଅତିଥି ଭାବେ ସରପଞ୍ଚ ଅଜିତ ରାଉତ, ବନ୍ତ ବ୍ଲକର ପୁର୍ବତନ ଏବିଇଓ ଅମୂଲ୍ୟ କୁମାର ମିଶ୍ର , ସି.ଆର.ସି.ସି ରବିନାରାୟଣ ଦାସ ମହାପାତ୍ର, ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ନାୟକ, ପ୍ରାକ୍ତନ ଖେଳ ଶିକ୍ଷକ ବୃନ୍ଦାବନ ରାଉତ, ବଣିଆପଙ୍କ ନୋଡାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିମନ୍ୟୁ ବେହେରା, ଏସ ଏମ ସି କମିଟି ସଭାପତି ଗୌରାଙ୍ଗ ପାତ୍ର ପ୍ରମୁଖ ଯୋଗ ଦେଇ ଛାତ୍ର ଜୀବନରେ କ୍ରୀଡ଼ା ଓ ଶୃଙ୍ଖଳା ର ଆବଶ୍ୟକତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏଥିରେ ବାର୍ଷିକ ଉତ୍ସବର ବିବରଣୀ ପାଠ ସହ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ସି.ଆର.ସି.ସି କେଶବ ଚନ୍ଦ୍ର କର, ଶିକ୍ଷକ ଜଗନ୍ନାଥ ସାହୁ, ବିଶ୍ବଜିତା ରାଉତ, ଭାଗ୍ୟଶ୍ରୀ ବାରିକ, ରୀନାରାଣୀ ରାଉତ, ଲିସାମୁଦ୍ରା ସାହୁ, ସୁନିତା ଦତ୍ତ ଓ ପରିଚାଳନା କମିଟିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୋଦ ରାଉତ, ଅଶୋକ ରାଉତ, ନାରାୟଣ ଚନ୍ଦ୍ର ଜେନା, ନାରାୟଣ ସାହୁ, ପ୍ରିୟବ୍ରତ ନାୟକ, ମନମୋହନ ପାତ୍ର, ପୁଜା ଜେନା, ତିଳୋତ୍ତମା ପାତ୍ର, ମମତା ପାତ୍ର, ହର ଦେହୁରୀ, ମମତା ନାୟକ ଙ୍କ ସମେତ ବହୁ ଗ୍ରାମବାସୀ ସାମିଲ ହୋଇଥିଲେ।