ପଣାସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା , କଟକଣା ଜାରି କଲା ବିଏମସି ଭକ୍ତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ଆସନ୍ତାକାଲି ପଣାସଂକ୍ରାନ୍ତିରେ ମନ୍ଦିର ଯାଇପାରିବେନି ଭକ୍ତ । କରୋନା ସଂକ୍ରମଣ ବଢୁଥିବାରୁ ପଣାସଂକ୍ରାନ୍ତି ପାଳନକୁ ନେଇ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି । ସାଧାରଣ ସ୍ଥାନରେ ପଣା ସଂକ୍ରାନ୍ତି ପାଳନକୁ ବାରଣ କରାଯାଇଛି । ସେହିପରି ରମଜାନ୍ ପାଳନ ପାଇଁ କଟକଣା ଲାଗୁ କରିଛି ବିଏମସି । ବିଏମସି କମିଶନର୍ ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ମନ୍ଦିରରେ ପଣାସଂକ୍ରାନ୍ତି ପାଳନ ଲାଗି ବାରଣ କରାଯାଇଛି । କେବଳ ପୂଜକମାନେ ପୂଜାର୍ଚ୍ଚନା କରିପାରିବେ । କିନ୍ତୁ ମନ୍ଦିରରେ ପଣା ପିଇବା କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଠିକ୍ ସେହିପରି ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ପଣାସଂକ୍ରାନ୍ତି ପାଳନକୁ ମନା କରାଯାଇଛି ବୋଲି ବିଏମସି କମିଶନର୍ କହିଛନ୍ତି । ଅପରପକ୍ଷରେ ମୁସଲମାନ ସମ୍ପ୍ରଦାୟଙ୍କ ରମଜାନ ମାସ ଆରମ୍ଭ ହେଉଛି । ଶୁକ୍ରବାର ଦିନ ହେଉଥିବା ନମାଜ ପାଠ କିପରି କୋଭିଡ୍ ଗାଇଡ୍ ଲାଇନ୍ ପାଳନ ପୂର୍ବକ ହୋଇପାରିବ ଏବଂ ସ୍ଥାନକୁ ଦୃଷ୍ଟିରେ ରଖି ୫୦% ଲୋକଙ୍କୁ ନେଇ ନମାଜ ପାଠ ଆୟୋଜନ କରିବାକୁ ଆୟୋଜକଙ୍କ ସହ ଆଲୋଚନା କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ