ପଣାସଂକ୍ରାନ୍ତି ପଡିଲା ଫିକା ଭକ୍ତ ମନରେ ଦୁଃଖ

ମୋହନା,(ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ବିଭିନ ସ୍ଥାନରେ ଦେଖିବାକୁ ମିଳିଛି ଆଜି ପବିତ୍ରପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତି ରେ ଲୋକେ ସକାଳୁ ଉଠି ମନ୍ଦିର ଯାଇ ଭୋଗ କରି ପଣା କରି ବାଣ୍ଟି ଥାନ୍ତି କିନ୍ତୁ ଏ ବର୍ଷ ଲୋକଡ଼ାଉନ ଯୋଗୁ ଲୋକେ ନିଜ ଘରେ ରହି ପୂଜା ବିଧି କରିଥିଲେ ମନ୍ଦିର ପୂଜକ ସକାଳୁ ଉଠି ନିତ୍ୟକର୍ମ ସାରି ମନ୍ଦିର ବନ୍ଦକରିଥିଲେ କିଛି ଜାଗାରେ ସରକାରଙ୍କ ନିୟମ ଭାଙ୍ଗି ଶିବ ମନ୍ଦିରରେ ସକାଳ୪ଟାରୁ ଭିଡ ଥିଲା ତହସିଲଦାର କଲୟଣୀ ସଙ୍ଗମିତ୍ର ଦେବୀ ଶୁଣିବା ପରେ ମନ୍ଦିର ରେ ଯାଇ ପହଂଚି ଦେଖିଥିଲେ କିଛିଭକ୍ତ ମନେ ଭିଡ କରିଥିଲେ ସେମାନାଙ୍କୁ ତହସିଲ କାର୍ଯ୍ୟକୁ ନେଇ କିଛି ସମୟ ବସାଇବା ପରେ ସେମାନଙ୍କୁ ନଟିସି ଦେଇ ଛାଡି ଦେଇଛନ୍ତି ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ମାକ୍ସ ଦାନ କରିଥିଲେ ଏପରିକି କିଛି ଜାଗାରେ ହନୁମାନ ଜୟନ୍ତି ପାଇଁ ଲୋକେ ଭିଡ ହେଉଥିବା ଜାଗାରେ ତହସିଲଦାର ଓ ପୋଲିସି ପ୍ରଶାସନ ପହଂଚି ବନ୍ଦ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ