ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କୁ ‘ଭାରତ ରତ୍ନ’ ପାଇଁ ରାଷ୍ଟ୍ରପତିଙ୍କୁ ଦାବିପତ୍ର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସ୍ୱାଧୀନତା ଆନ୍ଦୋଳନର ପ୍ରବୀଣ କାଣ୍ଡାରୀ, ଶୈକ୍ଷିକ ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ, ଜନସେବାର ମୁକ୍ତିମନ୍ତ ପ୍ରତୀକ ଏବଂ ଓଡ଼ିଆ ସାମ୍ବାଦିକତାର ପ୍ରତୀକ ତଥା ଦିଗ୍‌ଦର୍ଶକ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭାରତ ରତ୍ନ ଦିଆଯିବା ନେଇ ନ୍ୟାସନାଲ ହ୍ୟୁମାନ ୱେଲଫେୟାର ବୋର୍ଡ଼ ଟ୍ରଷ୍ଟ ତରଫରୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ନିକଟକୁ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଅଛି । ଶନିବାର ଦିନ ସଂସ୍ଥାର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ରଙ୍କ ପ୍ରତିନିଧିତ୍ୱରେ ସମାଜସେବୀ ସଞ୍ଜୟ କୁମାର ପରିଡ଼ା, ମାନି ପଣ୍ଡା, ଗୁରୁ ପ୍ରସାଦ ମହାନ୍ତି ଏବଂ ସାମ୍ବାଦିକ ବିଜୟ ଦାଶ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ ବର୍ତ୍ତମାନ ସୁଦ୍ଧା ୪୮ଜଣ ବ୍ୟକ୍ତିବିଶେଷଙ୍କୁ ଦିଆଯାଇଥିବା ବେଳେ ତନ୍ମଧ୍ୟରୁ ୧୪ ଜଣଙ୍କୁ ମରଣତ୍ତୋର ‘ଭାରତ ରତ୍ନ’ ସମ୍ମାନ ମିଳିଥିବା ବେଳେ ଓଡ଼ିଶାର କୌଣସି ବରପୁତ୍ର ଏହି ସମ୍ମାନ ନ ପାଇବା ଓଡ଼ିଶା ପାଇଁ ଅତ୍ୟନ୍ତ ଦୁଃଖଦ ବିଷୟ । ଗୋପବନ୍ଧୁଙ୍କ ଜୀବନବ୍ୟାପୀ ସାଧନା ତଥା ଅବଦାନକୁ ବର୍ଣ୍ଣନା କରି ଏକ ସ୍ମାରକ ପତ୍ର ପ୍ରସ୍ତୁତ କରାଯାଇ, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ତତ୍ ସଙ୍ଗେ ସଙ୍ଗେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ