ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୁର୍ତି ଉନ୍ମୋଚିତ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗ୍ରାମ ପଞ୍ଚାୟତରେ ଉତ୍କଳମଣି ସେବା ସଂଘ ପକ୍ଷରୁ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ପ୍ରତିମୁର୍ତି ଉନ୍ମୋଚିତ ହୋଇଯାଇଛି | ଏହି ଅବସରେ ବ୍ରହ୍ମପୁର ଶାଖା ପରିଚାଳକ ଶ୍ରୀଯୁକ୍ତ ଦଣ୍ଡପାଣି ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଗୋପବନ୍ଧୁ ଙ୍କ ପ୍ରତିମୁର୍ତି ଉନ୍ମୋଚିତ କରି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ ସେବା ସଂଘର ସଭାପତି ମିଥୁନ ନାହାକଙ୍କ ଅଧିକାରରେ ସଭାର ପ୍ରାରମ୍ଭିକ ସଙ୍ଗୀତ ସଂଘର ବିବରଣୀ ପଠନ କରାଯାଇଥିଲା | ମୁଖ୍ୟ ଅତିଥି ଦଣ୍ଡପାଣି ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶ ଓ ନିଷ୍ଠାପର ସେବା ଆଜି ଆମକୁ ମଣିଷ ହେବାର ବାଟ ଦେଖାଇଛି | ସେ ଶିଖାଇଥିବା ସେହି ମହାନ ଆଦର୍ଶ ଓ ମହାନତା ନୀତିକୁ ନିସ୍ଵାର୍ଥପର ଭାବରେ ଆଗକୁ ବଢ଼ାଇ ପରିବା ତାହେଲେ ସମାଜକୁ ଆଗକୁ ଅଗୋଇ ନେଇପାରିବା ବୋଲି ବକ୍ତବ୍ୟ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଡଃ.କୈଳାସ ଚନ୍ଦ୍ର ସ୍ୱାଇଁ, ରାସାୟନିକ ବିଜ୍ଞାନ ଅଧ୍ୟାପକ ସଂମ୍ମାନିତ ବକ୍ତା ଡଃ.ସୁରେନ୍ଦ୍ର ରାଉତ, ଅବସର ପ୍ରାପ୍ତ ଇତିହାସ ଅଧ୍ୟାପକ କଙ୍କୋରଡା ସମ୍ମାନିତ ଅତିଥି ଭାବେ ଶ୍ରୀହରି ବାରିକ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସିମାଞ୍ଚଳ ରେଡି ,,ପ୍ରଧାନ ଶିକ୍ଷକ ଖଲିଙ୍ଗ ଶୁକଦେବ ମଲିକ ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ସେବା ସଂଘର ଉପଦେଷ୍ଟା କୋରା ମହାରଣା ଶିକ୍ଷକ , ସାନଖେମୁଣ୍ଡି ବ୍ଲକ ଉପାଦକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ୱାଇଁ ,ଖଲିଙ୍ଗି ସରପଞ୍ଚ ପ୍ରତିନିଧି ସଞ୍ଜୟ କୁମାର ରାଉତ ଏବଂ ବ୍ରହ୍ମପୁର କାହ୍ନା ଚାରିଟେବୁଲ ଟ୍ରଷ୍ଟର ଅଦକ୍ଷା,ସମ୍ପାଦିକା ,ସଦସ୍ୟ ଯୋଗ ଦେଇଥିବା ବେଳେ ଉତ୍କଳ ମଣି ସେବା ସଂଘ ସଦସ୍ୟ ଗଣ ସୁଶାନ୍ତ ସେଠି ,ଧର୍ମେନ୍ଦ୍ର ସୁଆଁସିଆ ,ଶରତ କୁମାର ନାହାକ ଏବଂ ଗ୍ରାମବାସୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |