ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):ଏକାଧାରରେ ଜଣେ ଦେଶପ୍ରାଣ ମାନବବାଦୀ ନେତା, ନିସ୍ୱାର୍ଥପର ଜନସେବକ, ପ୍ରବୀଣ ରାଷ୍ଟ୍ରନୀତିଜ୍ଞ, ବିଶିଷ୍ଟ ସମାଜ ବିଜ୍ଞାନୀ, ପ୍ରଖ୍ୟାତଯଶା ଐତିହାସିକ, ତେଜସ୍ୱୀ ପଜ୍ଞାପୁରୁଷ, ଏକାତ୍ମ ମାନବବାଦର ପ୍ରଣେତା, ଅନ୍ତଦ୍ବୟର ବାର୍ତ୍ତା ବାହକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା, ଭାରତ ମାତାର ସୁଯୋଗ୍ୟ ସନ୍ତାନ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀକୁ ଭାରତୀୟ ଜନତା ପାର୍ଟିର ବାଲେଶ୍ଵର ଜିଲା ପକ୍ଷରୁ ଅତ୍ୟନ୍ତ ହର୍ଷୋଉଲ୍ଲାସରେ ପାଳିତ କରାଯାଇଛି। ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାକାର୍ଯ୍ୟକୁ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ପରିଚାଳନା କରିଥିଲେ। ପଣ୍ଡିତ ଦିନଦୟାଲଙ୍କ ବାଲ୍ୟ ଜୀବନରୁ ଆରମ୍ଭ କରି ତାଙ୍କ ସନ୍ଦେହଜନକ ମୃତ୍ୟୁ ପର୍ଯ୍ୟନ୍ତ ସ୍ମୁତି ଚାରଣ କରି ସଭାପତି ଶ୍ରୀଯୁକ୍ତ ଉମାକାନ୍ତ ମହାପାତ୍ର ତାଙ୍କ ବ୍ଯକ୍ତବ୍ଯରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ମାର୍ଗରେ ଦଳର କର୍ମୀ ମାନଙ୍କୁ ପରିଚାଳିତ ହେବା ପାଇଁ ଆହ୍ୱାନ ଦେଇଥିଲେ। ଅନ୍ୟ ବକ୍ତା ମାନେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ, ବକ୍ତାମାନେ ପଣ୍ଡିତ ଦିନଦୟାଲଙ୍କୁ ରାଷ୍ଟ ପାଇଁ ତ୍ୟାଗ, ତପସ୍ୟା, ବଳିଦାନର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ଅଭିହିତ କରିଥିଲେ। ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସମ୍ପାଦକ ଆଶିଷ ଘୋଷ, ବିଭୁପଦ ଦାସ, ଉପସଭାପତି କମଳଲୋଚନ ଦାସ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡା, ଏସସି ମୋର୍ଚ୍ଚା କାର୍ଯ୍ୟକାରୀ ସଭାପତି ସନ୍ତୋଷ ସେଠୀ, ଯୁବମୋର୍ଚ୍ଚା ସଭାପତି ରାଜେଶ ମହାପାତ୍ର, କାଉନସିଲର ସୁଚିସ୍ମିତା ପଣ୍ଡା, ସୁମନ୍ତ ମହାଳିକ, ବିଶ୍ବଜିତ ନନ୍ଦ, ହରିଶଙ୍କର ଜେନା, ବନ୍ଦନା ବିଶ୍ବାଳ, ଅନ୍ନପୂର୍ଣ୍ଣା ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।