ପଣ୍ଡିତ ପ୍ରଭାକର ମହାରଣାଙ୍କ ବିୟୋଗରେ ସ୍ମୃତିସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ତଳବାରଙ୍ଗ ଗ୍ରାମରେ ତୁଳସୀକ୍ଷେତ୍ର ପଣ୍ଡିତସଭା ଆନୁକୂଲ୍ୟରେ ପଣ୍ଡିତ ପ୍ରଭାକର ମହାରଣାଙ୍କ ଦ୍ୱାଦଶାହ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ଧ୍ରୁବ ଚରଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଅନୁଷ୍ଠାନର ଉପସଭାପତି ନାରାୟଣ ପତି, ସମ୍ପାଦକ ସତ୍ୟନାରାୟଣ ପତି, ସହ ସମ୍ପାଦକ ନୃସିଂହ ଚରଣ ପତି, ଯୁଗ୍ମ ସମ୍ପାଦକ ମାଧବ ଚନ୍ଦ୍ର ପତ୍ରୀ ଓ ସୁବାଷ ଚନ୍ଦ୍ର ପାଣି ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମହାରଣାଙ୍କ ସ୍ମୃତି ଚାରଣ କରିଥିଲେ । ପ୍ରଥମେ ତାଙ୍କର ସହପାଠୀ ପଣ୍ଡିତ ଉମେଶ ଚନ୍ଦ୍ର ନାୟକ ବେଦ ପାଠ କରିଥିଲେ । ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରକୃତି ବନ୍ଧୁ ନୃସିଂହ ଚରଣ ତ୍ରିପାଠୀ ଏହି ସଭାରେ ସ୍ୱର୍ଗତ ମହାରଣାଙ୍କ ଉଦେଶ୍ୟରେ ସ୍ୱରଚିତ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଣ୍ଡିତ ରମାକାନ୍ତ ପତି, ଅବଧୁତ ରାଉତ, ଭାଗବତ ପତ୍ରୀ, ଅକ୍ଷୟ କୁମାର ପତ୍ରୀ, ପୂର୍ଣ୍ଣଚନ୍ଦ୍ର ପତି, ନୃସିଂହ ଚରଣ ପଣ୍ଡା, ବାସୁଦେବ ପତି, ଅଶୋକ କୁମାର ସୁଆର, ପିତାମ୍ବର ଲେଙ୍କା, ଗିରିଶ ଚନ୍ଦ୍ର କର, ହରେକୃଷ୍ଣ ପତି, ନିରଞ୍ଜନ ସାହୁ ପ୍ରମୁଖ ସ୍ୱର୍ଗତ ମହାରଣାଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ୱର୍ଗତ ମହାରଣାଙ୍କ ଜ୍ୟେଷ୍ଠ ଭ୍ରାତା ଉତ୍ତମ ଚରଣ ମହାରଣା ଓ ସମସ୍ତ ପରିବାର ସଦସ୍ୟ ଏବଂ ବନ୍ଧୁ ପରିଜନ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ