ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦ୍ୱାଦଶ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶାର ପ୍ରସିଦ୍ଧ ରାଧାରମଣ ପଞ୍ଜିକାର ସଂଯୋଜକ ତଥା ସଂସ୍ଥାପକ, ଜ୍ୟୋତିଷ ବିଶାରଦ ଏବଂ ଛତ୍ରପୁର କଳା ବିକାଶ କେନ୍ଦ୍ରର କୋଷାଧ୍ୟକ୍ଷ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀଙ୍କ ଦ୍ୱାଦଶ ଦିବସ ଅବସରରେ ସ୍ଥାନୀୟ ବିନୋଦ ବିହାର ପରିସରରେ କଳା ବିକାଶ କେନ୍ଦ୍ର ପକ୍ଷରୁ ପରିବେଶ ସୁରକ୍ଷା ନିମନ୍ତେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କଳା ବିକାଶ କେନ୍ଦ୍ରର ପୂର୍ବତନ ସଭାପତି ଡାକ୍ତର ଆର ଲୋକନାଥ ରେଡ୍ଡୀ, ପୂର୍ବତନ ସମ୍ପାଦକ ଗଣେଶ୍ୱର ସାହୁ , ସଦସ୍ୟ ଜୟକୃଷ୍ଣ ମହାରଣା , ନକୁଳ ସୂତାର ଓ ପଣ୍ଡିତ ବଟକୃଷ୍ଣ ତ୍ରିପାଠୀ ଏକ ସ୍ମୃତି ରେ ବୃକ୍ଷ ଗୁଡିକ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଲଗାଇଯାଇଛି । ଏହାସହିତ ବିଧାୟକ ଶ୍ରୀ ବେହେରା ସେମାନଙ୍କ ସ୍ମୃତି ଚାରଣ କରିଥିଲେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେଡି ନେତା ବିଶ୍ନନାଥ ସାହୁ, ପୂର୍ବତନ କାଉନସିଲର ରାଜେଶ ସାହୁ, ରବିନ୍ଦ୍ର ନାଥ ସାହୁ, ନୃତ୍ୟ ଗୁରୁ ଅଳକା ସାହୁ, ଏ.ରାବଣା ରାଓ, କଳା ବିକାଶ କେନ୍ଦ୍ରର ଉପଦେଷ୍ଟା ଅଶୋଜ କୁମାର ଚୈାଧୂରୀ, ସମ୍ପାଦକ ରମେଶ ଚନ୍ଦ୍ର ପଟ୍ଟନାୟକ, କେନ୍ଦ୍ରର ବ୍ୟବସ୍ଥାପକ ଉମେଶ ଚନ୍ଦ୍ର ବେହେରା, କୃଷ୍ଣ ମହାରଣାଙ୍କ ସମେତ କଳାବିକାଶ କେନ୍ଦ୍ର ରଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ବାସିନ୍ଦା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ