ପତଞ୍ଜଳୀ ଯୋଗ ଗୁରୁଙ୍କ ସେବା କାର୍ଯ୍ୟ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲାର ଶତାଧିକ ଯୋଗ ଶିକ୍ଷକ ହରିଦ୍ୱାରସ୍ଥିତ ପତଞ୍ଜଳୀ ଯୋଗ ପୀଠରୁ ଯୋଗ ଶିକ୍ଷା ଗ୍ରହଣ କରି ସେବା କାର୍ଯ୍ୟ ଜାରି ରଖିଛନ୍ତି । ଯୋଗ ଗୁରୁ ସ୍ୱାମୀ ରାମ ଦେବଜୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଯୋଗ ଶିକ୍ଷା ଗ୍ରହଣ କରି ଶିକ୍ଷକ ମାନେ ଜିଲାର ବିଭିନ୍ନ ପ୍ରାନ୍ତରେ ଯୋଗ ଶିକ୍ଷା ପ୍ରଦାନ କରିବା ସହିତ ବିଭିନ୍ନ ଦୁରାରୋଗରୁ ମୁକ୍ତି ପାଇ ପାରୁଥିବା ଜିଲା ଯୋଗ ଗୁରୁ ତଥା ଯୋଗ ପ୍ରଚାରକ ଧରଣୀଧର କର ସୂଚନା ଦେଇଛନ୍ତି । ଜିଲାର ପ୍ରମୁଖ ଯୋଗ ଗୁରୁ ରାଜେନ୍ଦ୍ର ପ୍ରସାଦ ପାଢୀ, ସୁରେନ୍ଦ୍ର ପ୍ରସାଦ ଦାସ, ଅକ୍ଷୟ ନାରାୟଣ ଦତ୍ତ, ପ୍ରତାପ ପଟ୍ଟନାୟକ, ଦୟାନିଧି ପଣ୍ଡା, ଅର୍ପିତା ମହାନ୍ତି, ସସ୍ମିତା ଦାସ, ନାରାୟଣ ମହାପାତ୍ର, ପ୍ରକାଶ ମହାରଣା, ସଞ୍ଜିବ ନାୟକ, ରମାକାନ୍ତ ପାଣିଗ୍ରାହୀ, ସଞ୍ଜୟ ନାୟକ, ମମତା ଶୁକ୍ଳାଙ୍କ ସମେତ ଜିଲା ଯୋଗ ପ୍ରଚାରକ ଧରଣୀଧର କର ପ୍ରମୁଖ ବିଭିନ୍ନ ସମୟରେ ଯୋଗ ଶିବିର ମାନ ଆୟୋଜନ କରିଆସୁଛନ୍ତି । ଏଥିରେ ତାଙ୍କୁ ସଂପୃକ୍ତ ଅଞ୍ଚଳର ଯୋଗ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରୁଥିବା ବେଳେ ବହୁ ରୋଗୀ ଆରୋଗ୍ୟ ଲାଭ କରୁଥିବା ଦେଖାଯାଇଛି । ଯୋଗ ଦ୍ୱାରା ନିଜକୁ ସୁସ୍ଥ ରଖିବା ସହିତ ନିରୋଗ ମୁକ୍ତ ସମାଜ ଗଠନ ଚିନ୍ତାଧାରା ନେଇ ତାଲିମ ପ୍ରାପ୍ତ ଯୋଗ ଗୁରୁ ମାନେ କାର୍ଯ୍ୟ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ