ପତିତପାବନ କ୍ଲବର ଜନ୍ମୋତ୍ସବ ଓ ରକ୍ଷାବନ୍ଧନ ଉତ୍ସବ ପାଳନ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ନୂଆ ବସ୍ଷ୍ଟାଣ୍ଡ ସନ୍ନିକଟ ବଣିଆମାଳ ପତିତପାବନ କ୍ଲବର ବାର୍ଷିକ ଉତ୍ସବ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବର ସଭାପତି ବିଶ୍ୱଜିତ୍ ରାୟ(ବିଜୁ)ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ କ୍ଲବର ପ୍ରାକ୍ତନ କର୍ମକର୍ତ୍ତା ଓ ବର୍ତ୍ତମାନର ଉପଦେଷ୍ଟା ଗୁଣନିଧି ଜଗତି, ଶରତ କୁମାର ବେହୁରା, ବ୍ରହ୍ମାନନ୍ଦ ତ୍ରିପାଠୀ, ଉମାକାନ୍ତ ବଳ ଓ ପ୍ରଶାନ୍ତ ପାତ୍ର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ । ଏମାନଙ୍କୁ କ୍ଲବ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଭ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରି ଆଗାମୀ ଦିନରେ ଏହି କ୍ଲବକୁ କେନ୍ଦ୍ରାପଡାର ଏକ ଅଗ୍ରଣୀ କ୍ଲବ ଭାବରେ ଗଢି ତୋଳିବାକୁ ଶପଥ ନେଇଥିଲେ । ପରିଶେଷରେ ସମସ୍ତଙ୍କୁ ମିଷ୍ଟାନ ବଣ୍ଟନ କରାଯାଇ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ସଭାପତିଙ୍କୁ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ଧନ୍ୟବାଦ ଅର୍ପଣ କରାଯାଇଥିଲା ।


