ପତିତପାବନ ଜୀୟୁ ମନ୍ଦିରର ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ମରବାଇପଦା, କାନପୁର ଓ ନିଉଦାନୀ ଗ୍ରାମବାସୀଙ୍କ ମିଳିତ ସ‌ହଯୋଗରେ ଶ୍ରୀ ଶ୍ରୀ ପରିତପାବନଜୀୟୁ ମନ୍ଦିରର ଦୁଇ ଦିନିଆ ପ୍ରଥମ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ପଣ୍ଡିତ ବଳରାମ ଶତପଥ, କାର୍ତ୍ତିକ ଶତପଥ୍, ବିଷ୍ଣୁମୋହନ ପାଣିଗ୍ରାହୀ,ରାମଚନ୍ଦ୍ର ପଣ୍ଡା, ପ୍ରଶନ୍ନ ଜିତ୍ ପଣ୍ଡା, ଅମର କୁମାର ନନ୍ଦ ଠାକୁରଙ୍କ ରିତୀ ନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ । କଳଶ ଶୋଭାଯାତ୍ରା ସହ ପତିତପାବନ ଉପଚାର ଓ ଗୀତାପାଠ ଆଦି କାର୍ଯ୍ୟକ୍ରମ ସମାପନ ହୋଇଥିଲା । କର୍ତ୍ତା ଭାବେ ହରମୋହନ ପଣ୍ଡା ଓ ସୁବାସିନି ପଣ୍ଡା ଦାୟିତ୍ୱ ତୁଲାଇଥିଲେ । ପ୍ରଥମ ଦିନରେ ଆଧ୍ୟାତ୍ମିକ ପ୍ରବଚକ ଗୁରୁ ପ୍ରସାଦ ମହାପାତ୍ର ଯୋଗ ଦେଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ଦୂରଦର୍ଶନର ବିଶିଷ୍ଟ ପ୍ରବଚକ ବୀରେନ୍ଦ୍ର ପଣ୍ଡା ଦିବ୍ୟ ପ୍ରବଚନ ପ୍ରଦାନ କରିଥିଲେ । ପରିବାରରେ ଏକତା ଓ ଅଧ୍ଯାମ୍ବିକତା ଶୋଭା ପାଇଲେ ସେ ପରିବାର କେବେ ବିଭାଜିତ ହୁଏ ନାହିଁ, ଯେଉଁ ଘରେ ଭଜନ ଓ ଭୋଜନ ସାଙ୍ଗରେ ହୁଏ ଓ କନିଷ୍ଠ ଜୈଷ୍ଠଙ୍କୁ ପ୍ରଣାମ କରନ୍ତି ସେ ଘରେ ଉତ୍ତମ ସନ୍ତାନ ଜନ୍ମ ନିଅନ୍ତି, ଆମେ ପ୍ରଥମେ ନିଜକୁ ବଦଳାଲ ପରିବାରକୁ ବଦଳାଇ ପାରିଲେ ସମୟ କ୍ରମେ ସମାଜ ବଦଳି ଯିବ ବୋଲି ଶ୍ରୀ ପଣ୍ଡା ଉପସ୍ଥିତ ଶ୍ରୋତା ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ପ୍ରାରମରେ ପୁର୍ବତନ ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ଵର ଖଣ୍ଡେଇ, ସାମ୍ବାଦିକ ହେମନ୍ତ ସିଂହ ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ଆଧ୍ୟାତ୍ମିକ ସଭାକୁ ମନ୍ଦିର ପରିଚାଳନା କମିଟିର ସଂପାଦକ ହରମୋହନ ପଣ୍ଡା ସଂଚାଳନ କରିଥିଲେ । ସଭାପତି ସମାଜସେବୀ ଅଶୋକ କୁମାର ରାଉତଙ୍କ ତତ୍ୱାବଧାନରେ ଅଜିତ କୁମାର ରାଉତ, ଶଂଙ୍ଖାଳୀ ଚରଣ ରାଉଳ, ଫକୀର ଚରଣ ବେହେରା, କୁନି ମହାନ୍ତି, ରଞ୍ଜନ କୁମାର ରାଉତ, ଶଶି ଭୂଷଣ ଜେନା, ପ୍ରଫୁଲ କୁମାର ନାୟକ, ଅକ୍ଷୟ ବଳ, ଦେବାଶିଷ ରାଉତ ପ୍ରମୁଖ ଦିବସ ବ୍ୟାପି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସନ୍ଧ୍ୟାରେ ଜୁନି ପ୍ରବଚକ କେଶବ ଦାସ ଦ୍ବିତିକୃଷ୍ଣ ପ୍ରବଚନ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ