ପତ୍ନୀକୁ ହତ୍ୟା ମାମଲାରେ ଜିଲ୍ଲାଦୈାରାଜଜଙ୍କ ଆଜୀବନ କାରାଦଣ୍ଡାଦେଶ
କେନ୍ଦ୍ରାପଡା – ପତ୍ନୀଙ୍କୁ ହତ୍ୟା କରିବା ମାମଲାରେ କେନ୍ଦ୍ରାପଡା ଜିଲ୍ଲା ଦୈାରାଜର୍ଜ ବାସୁଦେବ ପଣ୍ଡା ପତ୍ନକୁ ହତ୍ୟା ମାମଲାରେ ସ୍ୱାମୀ ଓ ସଉତୁଣୀକୁ ଆଜୀବନ କାରାଦଣ୍ଡାଦେଶ ଦେବା ସହିତ ପ୍ରତ୍ୟେକଙ୍କୁ ୨୦ହଜାର ଟଙ୍କା କରି ଜୋରିମାନାରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଜିଲ୍ଲାର ରାଜକନିକା ଥାନା ଅନ୍ତର୍ଗତ ଗଜରାଜପୁର ଗ୍ରାମର ଗୋବର୍ଦ୍ଧନ ମଳିକ ସାମାନ୍ୟ ଘରୋଇ ଝଗଡାକୁ କେନ୍ଦ୍ରକରି ତା’ର ପତ୍ନୀ ମୀନା ମଳିକ(୩୮)କୁ ଗୋବିନ୍ଦର ରକ୍ଷିତା ରଶ୍ମିତା ମଳିକ ଓରଫ ସଶ୍ମିତା ଦାସ ସହିତ ମିଶି ଗତ ୨୦୧୫ ମସିହା ଡିସେମ୍ବରମାସ ୧୦ତାରିଖ ଦିନ ୧୨ଟା ସମୟରେ ନିର୍ମମ ଭାବେ ଠେଙ୍ଗାରେ ବାଡେଇ ମାରିଦେଇଥିଲେ । ମୃତ ମୀନା ମଳିକର ପିତା ଗଜେନ୍ଦ୍ର ମଳିକଙ୍କ ଏତଲା ଆଧାରରେ ରାଜକନିକା ଥାନାରେ କେଶ ନମ୍ବର ୨୪୧/୨୦୧୫ରେ ଆଇ.ପି.ସି.ର ଦଫା ୪୯୮(କ), ୪୯୪, ୩୦୨ ଓ ୩୪ଦଫାରେ ମାମଲା ରୁଜୁ ହୋଇଥିଲା । ସେହି ମାମଲାର ଏସ.ଷ୍ଟି. କେଶ ନମ୍ବର ୧୫୭/୨୦୧୬ରେ ଘଟଣାର ପ୍ରତ୍ୟେକ୍ଷଦର୍ଶୀ ତଥା ମୃତକ ମୀନାର ୬ବର୍ଷର ସାନପୁଅର ସାକ୍ଷ୍ୟ ଓ ଅନ୍ୟ ସାକ୍ଷୀମାନଙ୍କ ବୟାନକୁ ବିଚାରକରି ଜିଲ୍ଲା ଦୈାରାଜଜ ଶ୍ରୀ ପଣ୍ଡା ୩୦୨ଦଫାରେ ଅଭିଯୁକ୍ତ ଗୋବର୍ଦ୍ଧନ ମଳିକ(୪୫) ଓ ତା’ର ରକ୍ଷିତା ରଶ୍ମିତା ମଳିକ ଓରଫ ସଶ୍ମିତା ଦାସ(୩୩)ଙ୍କୁ ୩୦୨ଦଫାରେ ଆଜୀବନ କାରାଦଣ୍ଡ ସହିତ ପ୍ରତ୍ୟେକଙ୍କୁ ୨୦ହଜାର ଟଙ୍କା ଜୋରିମାନାରେ ଗୁରୁବାର ଦଣ୍ଡିତ କରିଛନ୍ତି । ଏଥିସହିତ ଅଭିଯୁକ୍ତ ଗୋବର୍ଦ୍ଧନକୁ ୪୯୮ଦଫାରେ ୩ବର୍ଷ ଜେଲଦଣ୍ଡ ସହିତ୨ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି । ଉଭୟ ଦଣ୍ଡ ଏକକାଲିନ ଲାଗୁ କରାଯିବ ବୋଲି ଜିଲ୍ଲାଦୈାରାଜଜ ନିର୍ଦେଶ ଦେଇଛନ୍ତି । ଏହି ମାମଲାରେ ସରକାରଙ୍କ ପକ୍ଷରୁ ପିପି ଭୀମସେନ ଭୂୟାଁ ମାମଲା ପରିଚାଳନା କରୁଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ ମୃତ ମୀନା ମଳିକର ୨ଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ଅଭିଯୁକ୍ତା ରଶ୍ମିତା ମଳିକର ୭ବର୍ଷର ଏକ ଝିଅ ଅଛି ।