ପତ୍ନୀଙ୍କୁ ଦିଅନ୍ତୁ ଉପହାର, ରହିବନି ଟଙ୍କା ପଇସାର ଅଭାବ

ନାରୀ ଦେହରେ ଲକ୍ଷ୍ମୀ, ସରସ୍ୱତୀ ଓ ପାର୍ବତୀ ନିବାସ କରନ୍ତି ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଜଣେ ନାରୀ ମାଆ, ଭଉଣୀ, ଝିଅ ଓ ପତ୍ନୀ ଭାବରେ ସଂସାରକୁ ମଧୁମୟ କରିଥାଆନ୍ତି । ସେହି ନାରୀ ପତ୍ନୀ ରୂପରେ ପୁରୁଷର ଜୀବନକୁ ପରିପୂର୍ଣ୍ଣ କରିଥାଏ । ଆଜିକାଲି କିଛି ଲୋକ ଏମିତି ଭାବନ୍ତି ଯେ, ସ୍ତ୍ରୀମାନେ ସବୁବେଳେ ସ୍ୱାମୀମାନଙ୍କର ପଇସା ଖର୍ଚ୍ଚ କରିଦିଅନ୍ତି ବୋଲି । ମାତ୍ର ସବୁବେଳେ ସ୍ତ୍ରୀ ସ୍ୱାମୀଙ୍କର ଖର୍ଚ୍ଚର କାରଣ ହୋଇନଥାଏ । ଶାସ୍ତ୍ର ଅନୁସାରେ ସ୍ତ୍ରୀ ସ୍ୱାମୀଙ୍କୁ ଧନବାନ୍ କରାଇପାରେ । ଶାସ୍ତ୍ର ଅନୁସାରେ ମା’ ଲକ୍ଷ୍ମୀଙ୍କର କେତେକ ରୂପ ରହିଛି । ଗୃହଲକ୍ଷ୍ମୀ ମା’ ଲକ୍ଷ୍ମୀଙ୍କର ଏକ ସ୍ୱରୂପ । ସବୁ ଘରେ ମା’ ଲକ୍ଷ୍ମୀ କୌଣସି ରୂପରେ ନିବାସ କରିଥାନ୍ତି । ଯେଉଁ ଘରେ ମା’ ଲକ୍ଷ୍ମୀ ପ୍ରସନ୍ନ ଏବଂ ଖୁସି ରହିଥାନ୍ତି ସେହି ଘରେ ଲକ୍ଷ୍ମୀଙ୍କ କୃପା ରହିଥାଏ ।
ଆପଣଙ୍କୁ ସବୁବେଳେ ନିଜ ଘରର ଲକ୍ଷ୍ମୀଙ୍କୁ ଖୁସି ରଖିବା ଉଚିତ୍ । ଏଥିପାଇଁ ଆପଣଙ୍କୁ ଅଧିକ କିଛି କରିବାକୁ ପଡିବନାହିଁ । ଏଭଳି କିଛି ଜିନିଷ ଅଛି ଯଦି ଆପଣ ତାହାକୁ ଠିକ୍ ଉପାୟରେ କରିବେ ତେବେ ଆପଣଙ୍କ ଉପରେ ମା’ ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିବ । କଥାରେ ଅଛି ବୁଧବାର ଅଥବା ଶୁକ୍ରବାର ଯେ କୌଣସି ଦିନ ଗୃହଲକ୍ଷ୍ମୀ ବା ସ୍ତ୍ରୀଙ୍କୁ ବସ୍ତ୍ର ଦାନ କରିବା ଉଚିିତ । ଯାହା ଫଳରେ ମା’ ଲକ୍ଷ୍ମୀ ପ୍ରସନ୍ନ ରହିବେ । ଆପଣ ଚାହିଁଲେ ମା’, ଉଉଣୀ ଅଥବା କୌଣସି ବିବାହିତ ମହିଳାଙ୍କୁ ବସ୍ତ୍ର ଦାନ କରିପାରିବେ । ଏହା କୁହାଯାଏ ଯେ, ଆଭୂଷଣ ବିନା ମା’ ଲକ୍ଷ୍ମୀଙ୍କ ପୂଜା ଅଧୁରା ରହିଥାଏ । ଏଥିପାଇଁ ମା’ ଲକ୍ଷ୍ମୀଙ୍କ ପୂଜାରେ ଆଭୂଷଣ ଚଢ଼ାଯାଇଥାଏ । ମା’ ଲକ୍ଷ୍ମୀଙ୍କୁ ଆଭୂଷଣ ବହୁତ ପସନ୍ଦ, ତେଣୁ ସ୍ତ୍ରୀଙ୍କୁ ଛୋଟ ମୋଟ ଆଭୂଷଣ ପ୍ରଦାନ କରିପାରିବେ । ଆଭୂଷଣରେ ସଜ୍ଜିତ ଗୃହଲକ୍ଷ୍ମୀ ଗୃହରେ ପ୍ରସନ୍ନତାକୁ ଦର୍ଶାଇଥାଏ । ଏଥିପାଇଁ କୁହାଯାଏ ଯେ, ଗୃହଲକ୍ଷ୍ମୀଙ୍କୁ ବସ୍ତ୍ର ଏବଂ ଆଭୂଷଣରେ ସଜ୍ଜିତ ହୋଇ ରହିବା ଉଚିତ୍ । ମା’ ଲକ୍ଷ୍ମୀଙ୍କୁ ସଧବା ସାମଗ୍ରୀ ବହୁତ ପସନ୍ଦ ଥାଏ । ଏଥିପାଇଁ ଗୃହଲକ୍ଷ୍ମୀଙ୍କୁ ବିନ୍ଦି, ସିନ୍ଦୂର, ଚୂଡି ଆଦି ପ୍ରଦାନ କରିବା ଲାଭଦାୟକ ହୋଇଥାଏ । କାରଣ ସଧବାଙ୍କୁ ସମ୍ମାନ ଦେବା ଫଳରେ ସୌଭାଗ୍ୟ ବଢ଼ିଥାଏ । ଏହା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏଥିପାଇଁ ସ୍ତ୍ରୀଙ୍କୁ ବେଳେବେଳେ ଏଭଳି ଉପହାର ଦେବା ଉଚିତ୍ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ